ଓଡିଶାରେ ଆନ୍ଧ୍ରର ହସ୍ତକ୍ଷେପ ବା ଅନୁପ୍ରଵେଶକୁ ବରଦାସ୍ତ କରାଯିବ ନାହିଁ: ଜିଲ୍ଲାପାଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି । ବାରମ୍ବାର ଓଡ଼ିଶାର ବିକାଶମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ଅନୁପ୍ରବେଶ କରିବାରେ ଲାଗିଛି । ଏହା ମଧ୍ୟରେ ଜିଲ୍ଲାପାଳଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ଓଡିଶାରେ ଆନ୍ଧ୍ରର ହସ୍ତକ୍ଷେପ ବା ଅନୁପ୍ରଵେଶକୁ ବରଦାସ୍ତ କରାଯିବ ନାହିଁ । କୋଟିଆରେ ବିକାଶ ମୂଳକ କାର୍ୟ୍ୟ ଜାରି ରହିବ । କୋଟିଆର ନେରେଡିୱ୍ବାଲସା ସମେତ ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ କାର୍ୟ୍ୟ ଜାରି ରହିବ ।

ଆନ୍ଧ୍ରର ସାଲୁର ମଣ୍ଡଳ ଓ ସାରିକି ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀ ଆସି କୋଟିଆର ନେରେଡି ୱ୍ବାଲସାର ପାନୀୟ ଜଳ ଯୋଗାଣ କାମକୁ ବନ୍ଦ କରିଥିଲେ। ଓଡିଶା ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ କାମ ଚାଲୁ ରହିଥିବା ବେଳେ କାର୍ୟ୍ୟ ବନ୍ଦ କରିଥିଲେ। ଏବେ କାମ ଚାଲୁ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts