ସ୍ୱଦେଶୀ ଉପକରଣ ବାଲା ୫ଜି ନେଟୱର୍କର ସଫଳ ପରୀକ୍ଷଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ୱଦେଶୀ ଉପକରଣ ବାଲା ୫ଜି ନେଟୱର୍କର ସଫଳ ପରୀକ୍ଷଣ । ଦେଶ ପାଇଁ ଆଜି ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଦେଶରେ ସ୍ୱଦେଶୀ ଦୂରସଞ୍ଚାର ଉପକରଣ ମାଧ୍ୟମରେ ସ୍ଥାପନ କରାଯାଇଥିବା ୫ ଜି ନେଟୱର୍କର ସଫଳ ପରୀକ୍ଷଣ ହୋଇଛି ।

କେନ୍ଦ୍ର ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ପ୍ରାଦେ୍ଦ୍ୟାଗିକି ସଂସ୍ଥାନ ମାଡ୍ରାସରେ ସ୍ଥାପିତ ପରୀକ୍ଷଣ ନେଟୱର୍କରୁ ପ୍ରଥମ ୫ ଜି କଲ କରିଛନ୍ତି । ସେପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ୫ଜି ନେଟୱର୍କ ଟେଷ୍ଟ ବେଡର ଉଦଘାଟନ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts