ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ବିସ୍ଫୋରଣ, ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ -IISCରେ ବୁଧବାର ଏକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ଯୁବ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଛି, ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବୈଜ୍ଞାନିକଙ୍କ ନାମ ମନୋଜ କୁମାର(27 ବର୍ଷ) । ବିସ୍ଫୋରଣ ସମୟରେ ସେମାନେ ଏରୋସ୍ପେଶ୍‌ ଇଞ୍ଜିନିୟରିଂ ବିଭାଗର ଗୋଟିଏ ପରୀକ୍ଷାଗାରରେ ଥିଲେ ।

ସେଠାରେ ଥିବା ଏକ ହାଇଡ୍ରୋଜେନ୍ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ମନୋଜ କୁମାର ଛିଟିକି ଯାଇ କାନ୍ଥରେ ବାଡ଼େଇ ହୋଇଯାଇଥିଲେ । ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହି ତିନି ଜଣ ଏକ ଷ୍ଟାର୍ଟ ଅପ୍‌ରେ କାମ କରୁଥିଲେ । ଏରୋସ୍ପେଶ୍‌ ଇଞ୍ଜିନିୟରିଂ ବିଭାଗର ଦୁଇ ଜଣ ପ୍ରଫେସରଙ୍କ ନିର୍ଦ୍ଦେଶନାରେ ସେହି ଷ୍ଟାର୍ଟଅପ୍‌ର ପ୍ରକଳ୍ପ ଚାଲୁଥିଲା ।

Related Posts