ଖୋଲିବ ଅଗଷ୍ଟା ହେଲିକପ୍ଟର ଦୁର୍ନୀତି ରହସ୍ୟ !

୫ ଦିନିଆ ସିବିଆଇ ରିମାଣ୍ଡରେ ଖ୍ରୀଷ୍ଟିଆନ ମିଶେଲ

ଇଟାଲୀ କଂପାନି ଅଗଷ୍ଟା ୱେଷ୍ଟଲାଣ୍ଡ୍ ସହ VVIP ହେଲିକପଟର୍ ଡିଲ୍‌ ଅନିୟମିତତା ମାମଲାରେ ଦଲାଲ ଖ୍ରୀଷ୍ଟିୟାନ ମିଶେଲଙ୍କୁ 5 ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି ।

ୟୁଏଇରୁ ଭାରତକୁ ପ୍ରତ୍ୟର୍ପିତ ମିଶେଲଙ୍କୁ ବୁଧବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ସିବିଆଇ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଡି.ପି ସିଂହ ପକ୍ଷ ରଖିଥିଲେ । ସିବିଆଇ ମିଶେଲଙ୍କ ପୋଲିସ ହାଜତ ଚାହିଁଥିଲା । ଡିଲ୍ ନେଇ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବାବଦରେ ପଚରାଉଚୁରା ପାଇଁ ମିଶେଲକୁ ହାଜତକୁ ନେବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ ଡି.ପି ସିଂହ ।

ମାମଲାର ଯାଞ୍ଚ୍ ଚାଲିଛି । ଦୁବାଇର ଦୁଇଟି ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍ କରାଯାଇଥିଲା ବୋଲି ସିବିଆଇ କୋର୍ଟରେ କହିଥିଲା । ଏହି ମାମଲାରେ କିଛି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି ।

ଅଭିଯୋଗ ରହିଛି ଯେ, ଅଗଷ୍ଟା ୱେଷ୍ଟଲାଣ୍ଡ୍‌ କମ୍ପାନୀରୁ ମିଶେଲଙ୍କୁ ଲାଞ୍ଚ ବାବଦରେ 225 କୋଟି ଟଙ୍କା ମିଳିଥିଲା । 12ଟି ହେଲିକପଟର ଡିଲ୍‌କୁ ନିଜ ସପକ୍ଷରେ କରିବାକୁ ମଶେଲଙ୍କୁ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

Related Posts