ଗୁଜୁରାଟ କଂଗ୍ରେସକୁ ବଡ଼ ଝଟକା; ଆପରେ ମିଶିଲେ ଦୁଇ କଂଗ୍ରେସ ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟ କଂଗ୍ରେସକୁ ବଡ଼ ଝଟକା । ଗୋଟିଏ ପଟେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନୂଆ ଷ୍ଟାଟାର୍ଜୀ ଆପଣାଉଥିବାବେଳେ କଂଗ୍ରେସର ଦୁଇ ନେତା ଆମ ଆଦମି ପାର୍ଟିରେ ମିଶିଥିବାର ଖବର ସାମ୍ନାକୁ ଆସିଛି । ଏଥିରେ କଂଗ୍ରେସକୁ ବଡ଼ କ୍ଷତି ସହିବାକୁ ପଡ଼ିଥିବାବେଳେ ଆପକୁ ଏହାର ବଡ଼ ଲାଭ ହେବାକୁ ଯାଉଛି । କାହିଁକିନା ପଞ୍ଜାବ ନିର୍ବାଚନରେ ବିଜୟୀ ହେବା ପରେ ଆପ ନିଜ ଦଳକୁ ରାଷ୍ଟ୍ରୀୟ ଦଳ କରିବାର ଯୋଜନାରେ ରହିଛି । ଏନେଇ କିଛି ଦିନ ପୂର୍ବରୁ ଆପ ମୁଖ୍ୟ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଗସ୍ତରେ ମଧ୍ୟ ଯାଇଥିଲେ । ତେବେ ଇନ୍ଦ୍ରଜାଲ ଗୁରୁ ଏବଂ ବସରାମଭାଇ ସାଗଠିଆ କଂଗ୍ରେସ ଛାଡ଼ି ଆପରେ ଯୋଗ ଦେଇଛନ୍ତି ।

ଏନେଇ ଆପ ମୁଖ୍ୟ ନିଜେ ସୂଚନା ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି ଯେ ମୁଁ ଇନ୍ଦ୍ରନିଲ ରାଜଗୁରୁ ଏବଂ ଭାସ୍ରମଭାଇ ସାଗଥିଆଙ୍କୁ ଆମ୍ ଆଦମୀ ପାର୍ଟୀରେ ସ୍ୱାଗତ କରୁଛି। ମିଳିତ ଭାବେ ଆମ ସମସ୍ତଙ୍କୁ ଗୁଜୁରାଟର ସମସ୍ତ ଆଶା ପୂରଣ କରିବାକୁ ପଡିବ ଜ୍ଝ ଏହାପୂର୍ବରୁ ହିମାଚଳ ପ୍ରଦେଶର ବହୁ ବିଜେପି ନେତା, କର୍ଣ୍ଣାଟକର ପୂର୍ବତନ ଆଇପିଏସ୍ ଅଧିକାରୀ ଏବଂ ହରିୟାଣାର ବହୁ ବଡ ନେତା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ସେପଟେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଗଠନ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ମଧ୍ୟ ଆମ୍ ଆଦମୀ ପାର୍ଟିକୁ କ୍ଷମତାକୁ ଆଣିବାକୁ ଚାହୁଁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts