ଅପରେସନ ଲୋଟସରେ ୨୭୭ ବିଧାୟକ କିଣିବା ପାଇଁ ୫୫୦୦ କୋଟି ଟଙ୍କା ବ୍ୟୟ କରିଛି ବିଜେପି: ଆମ ଆଦମୀ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ ହେବା ପରେ ବିଜେପିକୁ ସିରିଏଲ୍ କିଲର କହି ଟାର୍ଗେଟ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏହାପରେ ଆଜି ପ୍ରେସମିଟ କରି ରାଜ୍ୟ ଆପ୍ ଆବାହକ ନିଶିକାନ୍ତ ମହାପାତ୍ର ବିଜେପି ସରକାର ଓ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି । ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ବିଜେପି ଅପରେସନ ଲୋଟସ ଦ୍ୱାରା ମହାରାଷ୍ଟ୍ର ,ଗୋଆ ,କର୍ଣ୍ଣାଟକ, ଆସାମ, ମଧ୍ୟ ପ୍ରଦେଶ, ବିହାର , ଅରୁଣାଞ୍ଚଳ ପ୍ରଦେଶ , ମଣିପୁର , ମେଘାଳୟରେ ସରକାର ଭାଙ୍ଗିସାରିଛି । ଏଥିରେ ବିଜେପି ୨୭୭ ବିଧାୟକ କିଣିବା ପାଇଁ ୫୫୦୦ କୋଟି ବ୍ୟୟ କରିବା ପରେ, ଦିଲ୍ଲୀରେ ବିଧାୟକ ମାନଙ୍କୁ କିଣିବା ପାଇଁ ୮୦୦ କୋଟି ଟଙ୍କା ବଜେଟ ରଖିଥିଲେ ।

ଏହି ଅପରେସନ ଲୋଟସ ଯୋଜନାକୁ ସଫଳ କରିବାକୁ ଅର୍ଥ ଯୋଗାଡ଼ ପାଇଁ ୨୦୧୪ ରେ ଯେଉଁ ଡିଜେଲର ଦର ୫୪ ଟଙ୍କା ଥିଲା ଆଜି ତାହା ୯୦ ଟଙ୍କା ରେ ପହଞ୍ଚିଛି , ପେଟ୍ରୋଲ ଦର ଯାହା ୬୦ ଟଙ୍କା ରେ ଥିଲା ତାହା ଆଜି ୧୧୦ ଟଙ୍କା , ସିଏନଜି ଯାହା ୩୫ ଟଙ୍କା ଥିଲା ତାହା ଏବେ ୭୫ ଟଙ୍କା , ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କାରୁ ଏବେ ୧୦୮୦ ଟଙ୍କା ,ଖାଇବା ତେଲ ଦର ୭୦ ଟଙ୍କାରୁ ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚି ସାରିଛି ଓ ଦରଦାମ ବୃଦ୍ଧିକୁ ଆହୁରି ତୀବ୍ରତର କରିବା ପାଇଁ ଏବେ ଜରୁରୀ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ମଧ୍ୟ ଲଗା ଯାଇଛି। ଏହା ସହିତ ନିଜ ବନ୍ଧୁ ମାନଙ୍କୁ ସାହାଯ୍ୟ କରିବା ପାଇଁ ସାଧାରଣ ଜନତାଙ୍କ ଟିକସ ଅର୍ଥରୁ ବନ୍ଧୁ ମାନଙ୍କ ୧୦.୭୨ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଥିଲେ । ବନ୍ଧୁ ମାନଙ୍କୁ ଆହୁରି ସାହାଯ୍ୟ କରିବା ପାଇଁ ଟିକସ ଉପରେ ମଧ୍ୟ ଛାଡ଼ ଦିଆଗଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁଙ୍କ ପୋର୍ଟ ରେ ମିଳିଥିବା ୨୨,୦୦୦ କୋଟି ଟଙ୍କାର ଡ୍ରଗ୍ସ ର ସିବିଆଇ ତଦନ୍ତ କେବେ ହେବ , ଏହାର ଜବାବ କେନ୍ଦ୍ର ସରକାର ଦେବା ଉଚିତ । ଏହା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଓ ଋଣ ଛାଡ ମାମଲାରେ କେବେ ସିବିଆଇ ଏବଂ ଇଡି ତଦନ୍ତ ହେବ , ଏହା ଉତ୍ତର କେନ୍ଦ୍ର ସରକାର ଜନ ସାଧାରଣ ଙ୍କୁ ଦେବାକୁ ଶ୍ରୀ ମହାପାତ୍ର କହିଥିଲେ ।

ଏହି ପ୍ରେସ ମିଟରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ରାଜ୍ୟ ଉପସଭାପତି ଦୁର୍ଗା ଦାସ,ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ସ୍ୱାଇଁ ଓ ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts