ପଞ୍ଜାବ କଂଗ୍ରେସରେ ତୀବ୍ର ହେବାରେ ଲାଗିଛି ଅସନ୍ତୋଷ; ସିଦ୍ଧୁଙ୍କ ସମର୍ଥକ କ୍ୟାପଟେନଙ୍କ ବିରୁଦ୍ଧରେ ଆରମ୍ଭ କଲେ ବିଦ୍ରୋହ, ଜୋର ଧରିବାରେ ଲାଗିଛି ମୁଖ୍ୟମନ୍ତ୍ରୀ ପରବର୍ତ୍ତନ ଦାବି

sidhu

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଜାବ କଂଗ୍ରେସରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଥମିବାରେ ନାମ ନେଉନି ସିଦ୍ଧୁ ଓ କ୍ୟାପଟେନଙ୍କ ବିବାଦ । ପଞ୍ଜାବ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଏହି ବିବାଦ ତୀବ୍ର ହେବାରେ ଲାଗିଛି । ଏପରିକି ସିଦ୍ଧୁଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିବା ସହ ତାଙ୍କୁ ହଟାଇବା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଏନେଇ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ପ୍ରାୟ ୨୦ ଜଣ ବିଧାୟକଙ୍କ ସମେତ ୬ ଜଣ ପୂର୍ବତନ ବିଧାୟକ କ୍ୟାବିନେଟ ମନ୍ତ୍ରୀ ତ୍ରିପଟ ରାଜନ୍ଦର ସିଂ ବାଜୱାଙ୍କ ଘରେ ଏକାଠି ହୋଇଥିଲେ। ଏହି ବୈଠକ ପରେ କ୍ୟାବିନେଟ ମନ୍ତ୍ରୀ ଚରଣଜୀତ ଚନ୍ନୀ କହିଛନ୍ତି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପରେ ଆମର ବିଶ୍ୱାସ ନାହିଁ। ତେଣୁ ଆମେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ କେନ୍ଦ୍ରୀୟ ନେତୃତ୍ୱକୁ ଦାବି କରିବୁ ବୋଲି କହିଥିଲେ ।

ଏ ଖବର ସାମ୍ନାକୁ ଆସିବା ପରେ ପଞ୍ଜାବ କଂଗ୍ରେସ ସମତେ ସମଗ୍ର ଦେଶର ରାଜନୈତିକ ମାହଲରେ ହଇଚଇ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଜାବର ସମସ୍ୟାର ସମାଧାନ ହେବ ନାହିଁ। ତେଣୁ ରାଜ୍ୟ କଂଗ୍ରେସର ପାଞ୍ଚଜଣ ସଦସ୍ୟଙ୍କ ଏକ ପ୍ରତିନିଧୀ ଦଳ ଆଜି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବେ । ଏହି ପ୍ରତିନିଧି ଦଳରେ ରାଜେନ୍ଦ୍ର ସିଂ ବାଜୱା, ସୁଖଜିନ୍ଦର ସିଂ ରାଣ୍ଡୱା, ସୁଖବିନ୍ଦର ସିଂ ସାର୍କରିଆ ପରଗେଟ୍ ସିଂ ଏବଂ ନିଜେ ଚରଣଜୀତ ଚନ୍ନୀ ରହିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ କଂଗ୍ରେସ ବିଧାୟକ ତଥା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପରଗତ ସିଂହ ମଧ୍ୟ କ୍ୟାପଟେନଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ କଂଗ୍ରେସ ବିଧାୟକମାନେ ସନ୍ତୁଷ୍ଟ ନୁହଁନ୍ତି। ତେଣୁ ସେ ଦଳର ହାଇ କମାଣ୍ଡଙ୍କୁ ଭେଟିବେ।

ଏହି ସଭାରେ ସୁଖବିନ୍ଦର ସିଂ ସାର୍କରିଆ ମଧ୍ୟ ଉପସ୍ଥିତ ଥିଲେ। ଅପରିପକ୍ଷେ ସୁଖଜିନ୍ଦର ସିଂହ ରାନ୍ଧୱା କହିଛନ୍ତି ଯେ ଆମେ ମନ୍ତ୍ରୀ ଭାବରେ ଏକ ଭଲ କାମ କରିଛୁ । ଏବଂ ମନ୍ତ୍ରୀ ପଦ ହରାଇବାର ଭୟ ନାହିଁ। ଅନ୍ୟପଟେ ରାନ୍ଧୱାଙ୍କର ଏପରି ବିବୃତ୍ତିରୁ ସ୍ପଷ୍ଟ ଜଣାପଡୁଛି ଯେ କ୍ୟାପଟେନଙ୍କ ବିରୋଧରେ ଥିବା ମନ୍ତ୍ରୀମାନେ ସେମାନଙ୍କ ବିଭାଗ ବଦଳାଇବାକୁ କିମ୍ବା କ୍ୟାବିନେଟକୁ ଯିବାକୁ ଭୟ କରୁଛନ୍ତି। କାଶ୍ମୀର ପ୍ରସଙ୍ଗରେ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲିଙ୍କ ମନ୍ତବ୍ୟକୁ ନେଇ ସୁରେନ୍ଦ୍ର ନାୱା କହିଛନ୍ତି ଯେ କଂଗ୍ରେସ କିମ୍ବା ମାଲିଙ୍କ ବ୍ୟକ୍ତିଗତ ବିବୃତ୍ତି ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ।

Related Posts