ଇରାନକୁ ଟ୍ରମ୍ପଙ୍କ ନୂଆ ଧମକ ‘ଚୁକ୍ତି ପାଳନ ନ କଲେ, କଡ଼ା ଜବାବ ଦେବ ଆମେରିକା’
ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନି। ଲେବାନନ ଉପରେ ଇସ୍ରାଇଲର ବାରମ୍ବାର ଆକ୍ରମଣ ଏବଂ ଟ୍ରମ୍ପଙ୍କ ଧମକକୁ ନେଇ ଅସନ୍ତୋଷ ଜାରି ରହିଛି।
ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନି। ଲେବାନନ ଉପରେ ଇସ୍ରାଇଲର ବାରମ୍ବାର ଆକ୍ରମଣ ଏବଂ ଟ୍ରମ୍ପଙ୍କ ଧମକକୁ ନେଇ ଅସନ୍ତୋଷ ଜାରି ରହିଛି।
ପାଠ ପଢ଼ିବାକୁ ଯାଇ ଜୀବନ୍ତ ଦଗ୍ଧ ହେଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ତିନି ମହଲା ବ୍ୟବସାୟିକ ପ୍ରତିଷ୍ଠାନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ମାମଲାରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ବିଲ୍ଡିଂର ୩ ଜଣ ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମ କୃଷ୍ଣ ଉପାଧ୍ୟାୟ, ବୀରେନ୍ଦ୍ର ପ୍ରସାଦ ଶୁକ୍ଲା, ତୁଷାର କୃଷ୍ଣ ଜୈସୱାଲ ଓ ସୁରେଶ କୁମାର ସାହୁ।
ଅଶାନ୍ତ ହୋଇପଡ଼ିଛି ଗାଜା ଷ୍ଟ୍ରିପ୍୍। ଅସ୍ତ୍ରବିରତି ସତ୍ତ୍ୱେ ଗାଜା ଷ୍ଟ୍ରିପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଇଲ। ଏହି ଆକ୍ରମଣରେ ନିରୀହ ସାଧାରଣ ଲୋକଙ୍କ ଜୀବନହାନି ହେଉଥିବା ଦେଖାଯାଇଛି। ଗାଜା ସହରର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଛି। ଏହି ବିମାନ ଆକ୍ରମଣରେ ଜଣେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀ ରାଘଦ ହାସନ ଆଶୁରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।
ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ନ୍ୟାସନାଲ ହାଇୱେ ୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ ଯାଉଥିବା ଯାତ୍ରୀବାହୀ ବସକୁ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନାନୁଯାୟୀ, ସୋହରାବ ଗେଟ୍ ଡିପୋର ରୋଡୱେଜ ବସ୍ ଗୋଣ୍ଡାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା।
ପୂର୍ବ ଲଦାଖକୁ ନେଇ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ହେଲେ ଏବେ ବ୍ରିକ ସମ୍ମିଳନୀ ପୂର୍ବରୁ ଚାଇନାର ସ୍ବର ବଦଳିଥିବାବେଳେ ଭାରତକୁ ସହ ନିଜର ସହଯୋଗୀ ବୋଲି ସମ୍ବୋଧନ କରିଛି। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଲେଖାହେବାକୁ ଯାଉଛି।
ଏମିତି ଏକ ରେସ୍ତୋରାଁ ଅଛି, ଯେଉଁଠି ବର୍ଷେ କି ୨ ବର୍ଷ ନୁହେଁ ୬୬ ବର୍ଷ ହେଲା ଛଣା ତେଲ ବଦଳିନି। ଜାପାନର ଶିଜୁଓକାରେ ଫ୍ରାଏଡ୍ ଚିକେନ୍ ରେସ୍ତୋରାଁ ୱାକାଟୋରୀକୁ ନେଇ ଏବେ ବିଶ୍ଵବ୍ୟାପୀ ଚର୍ଚ୍ଚା। ୬୬ ବର୍ଷ ହେଲା ବଦଳିନି ରେସ୍ତୋରାଁର ଛଣା ତେଲ। ରେସ୍ତୋରାଁକୁ ଜାପାନ ଫ୍ରାଏଡ୍ ଚିକେନ୍ ଗ୍ରାଣ୍ଡ ପ୍ରିକ୍ସରେ ସ୍ୱର୍ଣ୍ଣ ପଦକ ମିଳିଛି। ଚିକେନ୍ ଛାଣୁଥିବା ତେଲ ଏହାର ସଫଳତାର ଚାବିକାଠି ବୋଲି ରେସ୍ତୋରାଁ ଦାବି କରିଛି ।
ଇରାନ- ଆମେରିକା ‘ଶାନ୍ତି ଚୁକ୍ତି ’ ସଫଳ ହେବା ପୂର୍ବରୁ ଭାଙ୍ଗିବା ଆଡ଼କୁ ଗତି କରୁଛି। ଏହାରି ଭିତରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ଼ ଚେତାବନୀ ଦେଇଛନ୍ତି ଯେ, ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି । ପଶ୍ଚିମ ଏସିଆରେ ଅନେକ ଦିନର ମହାବିନାଶ ସ୍ଥିତି ପରେ ପରେ ବିଶ୍ୱ ସମୁଦାୟ ଯେଉଁ ଶାନ୍ତି ଆଲୋଚନା ଆରମ୍ଭ କରିଥିଲା, ତାହା ଏବେ ବାଜିରେ ଲାଗିଛି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହି…
ଭୁବନେଶ୍ଵର : ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ସରକାରଙ୍କ ପ…
ଭୁବନେଶ୍ୱର, ୨୨/୦୬/୨୦୨୬: ଗତ ଶନିବାର ଦିନ ଗୋଳନ୍ଥରାରେ ଏକ ଘରୋଇ କଲେଜରେ ଜଣେ ନିରୀହ ଛାତ୍ରୀଙ୍କ ସ…
ଭଉଣୀର କଙ୍କାଳ ବୋହିବା ଘଟଣାରେ ଜିତୁ ମୁଣ୍ଡାଙ୍କୁ ଶେଷରେ ମିଳିଲା ନ୍ୟାୟ। ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ର କଡା କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ କରାଯାଇଛି ।
ତାମିଲନାଡୁର ତିରୁଭଲ୍ଲୁରଠାରେ ଆମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ୭ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ସିଏମଆରଏଫରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।
ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୁଲିସ। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ ।
କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର ୧୦ ବିଦ୍ୟାଳୟ ମନୋନୀତ ହୋଇଛି। ଓଡିଶାର ୧୦ ବିଦ୍ୟାଳୟକୁ ମିଳିଲା ଜାତୀୟ ମାନ୍ୟତା। ଭାରତ ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR)୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ୧୦ ବିଦ୍ୟାଳୟକୁ ଚୟନ କରାଯାଇଛି।
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଆଜି ବିଜେପି ସରକାରର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି। ୨୦୨୬-୨୭ ବର୍ଷ ପାଇଁ ଶୁଭେନ୍ଦୁଙ୍କ ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି।
କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ନେଇ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ IICଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି। ନିଲମ୍ବିତ ଆଇଆଇସି ହେଲେ ସୁଜିତ କୁମାର ଦାସ।
ସୋମବାର ଲକ୍ଷ୍ନୌର ଅଲିଗଞ୍ଜ ସ୍ଥିତ ପୂର୍ଣ୍ଣିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର କମ୍୍ ଗେମିଂ ଜୋନ୍୍ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଭୟରେ ପିଲାମାନେ ଛାତରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ୮ଟି ଗାଡ଼ି ଘଟଣାସ୍ଥଳ ନିୟୋଜିତ ହୋଇଛି।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାରେ କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସେହିପରି କଂଗ୍ରେସ ମଧ୍ୟ ୩ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲା।