ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା
: ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ବହୁ ପୁରାତନ ଉମା ରାମ ଲିଙ୍ଗେଶ୍ୱର ଶୈବପୀଠରେ କଳାକନା ବୁଲାଇଲେ ଲୁଟେରା।
: ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ବହୁ ପୁରାତନ ଉମା ରାମ ଲିଙ୍ଗେଶ୍ୱର ଶୈବପୀଠରେ କଳାକନା ବୁଲାଇଲେ ଲୁଟେରା।
ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ ୧.୪୦ କୋଟି ଟଙ୍କାର ବଡ଼ ଆର୍ଥିକ କେଳେଙ୍କାରୀ ମାମଲାରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଡିଡ ଟିମ୍ ଯାଞ୍ଚ କରୁଛି।
ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ୍। ଚାଉଳ ଓ ଗହମ ପରିବହନ ପାଇଁ ୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ସୂର୍ଯ୍ୟ ନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଜାଲ୍ ସଂସ୍ଥା ଖୋଲି ୧୭ କୋଟିରୁ ଅଧିକ ଜିଏସଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଚାକିରି ଦେବାକୁ କହି ଆଶାୟୀଙ୍କ କାଗଜପତ୍ର ନେଇ ସେମାନଙ୍କ ନାଁରେ ଜାଲ ସଂସ୍ଥା ଖୋଲି ଜିଏସଟି ଠକୁଥିବା ଅଭିଯୋଗ ହୋଇଛି।
ଏଆଇ କଣ ନ କରିପାରେ। ମଝି ନଈରେ ବି ଆପଣଙ୍କୁ ଛିଡ଼ା କରିଦେଇ ପାରିବ। ପ୍ରକୃତ ଓ ଏଆଇ ଫଟୋ ମଧ୍ୟରେ କୌଣସି ଫରକ ଜଣାପଡ଼େ ନାହିଁ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଛି ନୂଆ…
ସୁନ୍ଦରଗଡ ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ଜଣେ ଜେଲ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ୫ ଦିନ ପରେ ବି ଫେରାର ବିଚାରଧୀନ କଏଦୀଙ୍କ ମିଳୁନି ପତ୍ତା।
ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ ହୋଇଛି।
ଦାଦାବଟି ଆଦାୟ ଓ ଚୋରି ଅଭିଯୋଗରେ ଜୟପୁର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ଟି ବାଇକ୍ ସହ ବିପୁଳ ଚୋରି ସାମଗ୍ରୀ ଜବତ ହୋଇଛି ।
ମାଲକାନଗିରିରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପଚରାଉଚରା ସମୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ମାଲକାନଗିରି ଡିଭିଏଫ୍ ଟିମ୍ ପକ୍ଷରୁ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଦଭଟା ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା।
ପୁରୀ କଣାସର ମନ୍ଦାରବସ୍ଥ ଅଞ୍ଚଳରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା କଣାସ ପୋଲିସ। ଅଭିଯୁକ୍ତମାନେ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳର ରାଜ କିଶୋର ସାହୁ, ସୁରେଶ ସାହୁ ଓ କେନ୍ଦ୍ରାପଡ଼ା ଅଞ୍ଚଳର ସତ୍ୟବ୍ରତ ମଲ୍ଲିକ। ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ, ହତ୍ୟାରେ ବ୍ୟବହୃତ ଛୁରୀ, ଗୋଟିଏ ବାଇକ ଜବତ ହୋଇଛି।
ରାୟଗଡା ବନଖଣ୍ଡ ଅଧିକାରୀ ସଚ୍ଚିନ ଆନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ନେତୃତ୍ବରେ ବନ କର୍ମଚାରୀମାନେ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ସୂଚନା ପାଇ କିଛି ଘରେ ଚଢଉ କରିଥିଲେ। ଏହି ଚଢଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟୀ ଓ ବିବେକ ରାଓ କାଲାଗାରାଙ୍କ ଘରେ ଚଢଉ କରଯାଇଥିଲା।
ପୁଣି ଖାକିରେ ଲାଗିଛି ଦାଗ। ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ କ୍ଲିପ୍ ଭାଇରଲ୍ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଥିବା ଗଞ୍ଜେଇ ଗାଡ଼ି, ଟଙ୍କା କାରବାର ଏବଂ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଭାଇରଲ୍ ଅଡିଓରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।
ହାତରେ ସବୁଜ ଓ ଲାଲ ପତାକା। ଯିଏ ଦେଖିଲେ ବି ଭାବିବ ରେଳ କର୍ମଚାରୀ। ହେଲେ ନକଲି ରେଳ କର୍ମଚାରୀ ସାଜି ଯାତ୍ରୀଙ୍କଠାରୁ ମୋବାଇଲ ଲୁଟ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ନକଲି ରେଳ କର୍ମଚାରୀଙ୍କୁ ଗିରଫ କରିଛି ସମ୍ବଲପୁର ଜିଆରପି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ତୋରା ଗ୍ରାମର ଦିନେଶ ନାଗ l ଅଭିଯୁକ୍ତ ଦିନେଶ ରେଳ ବିଭାଗର ନକଲି ପରିଚୟ ପତ୍ର, ୟୁନିଫର୍ମ ଓ ଲାଲ-ସବୁଜ ପତାକା ବ୍ୟବହାର କରି ଯାତ୍ରୀଙ୍କୁ ଭ୍ରମିତ କରି ମୋବାଇଲ ଲୁଟୁଥିଲା l
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଜରଙ୍ଗଲୋଇଠାରେ ଥିବା ଦେଓକରଣପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ୪ ଜଣ ଛାତ୍ର ନିସ୍ତୁକ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ପରିବାର ଲୋକଙ୍କୁ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ସୂଚନା ନଦେବା ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇ ନଥିବା
ଗୋଟିଏ ରାତିରେ ଦୁଇଟି ଘରୁ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। କୋରାପୁଟ ସହରର ମେଘରାଜ ଆପାର୍ଟମେଣ୍ଟରେ ଏଭଳି ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଟି ଘରେ ପଶି ଲୁଟପାଟ କରିଛନ୍ତି। ସୂଚନା ଅନୁସାରେ, ଗୋଟିଏ ଘରର ସଦସ୍ୟମାନେ ବିଶାଖାପାଟଣା ଯାଇଥିବାବେଳେ ଘରେ ପଶି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ଲୁଟ୍ପାଟ କରିଛନ୍ତି।
ପ୍ରଥମେ ପ୍ରେମ, ପରେ ପ୍ରତାରଣା। ପ୍ରତାରଣାକୁ ସହ୍ୟ କରି ନ ପାରି ପ୍ରେମିକର ଘର ଆଗରେ ପ୍ରେମିକା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଚେଷ୍ଟା କରିଛି ସମ୍ପୃକ୍ତ ଯୁବତୀ। ୩ ବର୍ଷର ପ୍ରେମ ପରେ ମିଳିଛି ପ୍ରତାରଣା। ଏହି ଘଟଣା ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଭାଟ୍ଟାପଡ଼ା ବସ୍ତିରେ ଘଟିଛି। ପ୍ରେମିକର ପ୍ରତାରଣାକୁ ସହ୍ୟ କରି ନପାରି ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ।
ନିଜ ବାଇକରେ ଗ୍ରାମକୁ ଯିବା ସମୟରେ କେଶର୍ମାଲ ଗ୍ରାମ ନିକଟରେ ନଦୀର ଜଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ଅବସର ପ୍ରାପ୍ତ ବୀର ଯବାନ l ଘଟଣାରୁ ପ୍ରକାଶ ଯେ, କେଶରାମାଳ ପଞ୍ଚାୟତର ଗରିଆମାଳ ଗ୍ରାମର ଅବସର ପ୍ରାପ୍ତ ବୀର ଯବାନ ସୁନୀଲ ତିଗା(୪୬)ଅବସର ଗ୍ରହଣ କରିବା ପରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ହକି ଖେଳିବା ପ୍ରଶିକ୍ଷଣ ଦେବା ସହ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିଲେ l