ଜମ୍ମୁ-କଶ୍ମୀର: ଏନ୍କାଉଣ୍ଟରରେ ୨ ଆତଙ୍କୀ ନିହତ
ଜମ୍ମୁ-କଶ୍ମୀରର ଉଧମପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ରାତିଅଧିଆ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଧମପୁର ଜିଲ୍ଲାର ମଜାଲ୍ଟା ଅଞ୍ଚଳର ବ୍ରାଟଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ନିହତ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ପ୍ରକ୍ସି ସଂଗଠନ କାଶ୍ମୀର ଟାଇଗର୍ସ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
