ବନ୍ୟାଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ
ବରଗଡ଼ ଜିଲ୍ଲା ଆମ୍ବଭାନା ବ୍ଲକ ଅଞ୍ଚଳର ମହାନଦୀ କୂଳିଆ ଚିଖିଲୀ, ଅନ୍ତରଆଡ଼ି, ଘୁଙ୍ଘୁରାପାଲି, ଭେଇନୋପଦର୍ ଆଦି ଗାଁରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ, ସାଂସଦ ଓ ବିଧାୟକ। ବନ୍ୟାରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ।
