ସ୍ବାଭିମାନ ଅଞ୍ଚଳର ନୂଆ ପରିଚୟ ଗଞ୍ଜେଇ ଛାଡ଼ି ହଳଦୀ-ମାଣ୍ଡିଆ ଚାଷ ପ୍ରତି ବଢ଼ୁଛି ଆଗ୍ରହ
ସ୍ବାଭିମାନ ଅଞ୍ଚଳକୁ ମିଳିଛି ନୂଆ ପରିଚୟ। ସ୍ବାଭିମାନର ସହ ବଞ୍ଚିବା ଶିକ୍ଷିଲେଣି ଏଠାକାର ଲୋକେ। ଏଣିକି ଆଉ ଡରି, ଲୁଚି ଛପି ଗଞ୍ଜେଇ ଚାଷ କରିବେ ନାହିଁ। ଗଞ୍ଜେଇ ଛାଡ଼ି ଏଠାକାର ଆଦିବାସୀ ଲୋକେ ହଳଦୀ ଓ ମାଣ୍ଡିଆ ଚାଷ କରି ବେଶ ସଫଳ ହେବା ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଦିନ ଥିଲା ବେଆଇନ ଭାବରେ ଟନ ଟନ ଗଞ୍ଜେଇ ଫସଲ କରୁଥିଲେ ସ୍ବାଭିମାନ ଅଞ୍ଚଳବାସୀ। ଏଠାରେ ସମତଳ ଜମି କମ ଥିବା ଯୋଗୁଁ ପାହାଡିଆ ଅଞ୍ଚଳରେ ଖାଲି ଗଂଜେଇ ଚାଷ କରୁଥିଲେ।
