ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା
ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ।
ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ।
ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ହୁଏ ହେରା ପଞ୍ଚମୀ। ଏହା ପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ …
ରଥଯାତ୍ରା ବେଳେ ପୁରୀ ମରିଚକୋଟ ନିକଟରେ ଠେଲାପେଲା ହୋଇଥିବା ଜଣାପଡ଼ିଛି। ଏହି ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତର ମୃତ୍ୟୁ ଘଟିଛି। ମୃତ ଭକ୍ତ ଜଣକ ହେଲେ କଟକର ଅନିଲ ଦାସ।
ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଅତ୍ୟନ୍ତ ଉତ୍ସାହ ଏବଂ ଭକ୍ତିର ସହିତ ରଥଯାତ୍ରା ପାଳନ କରିଛନ୍ତି। ମୁମ୍ବାଇର ନାଇଗାଓଁ(ପୂର୍ବ)ରେ ଥିବା ବିଭିନ୍ନ ଓଡ଼ିଆ ପରିବାର ପକ୍ଷରୁ ଭବ୍ୟ ରଥଯାତ୍ରା ଆୟୋଜନ କରାଯାଇଛି।
ସରିଲା ପହଣ୍ଡି ବିଜେ। ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ମହାପ୍ରଭୁଙ୍କ ଘୋଷଯାତ୍ରା। ଜ୍ବରରୁ ଉପଶମ ପରେ ରଥାରୁଢ଼ ହୋଇ ଜନ୍ମବେଦୀକୁ ଯାଇଥାନ୍ତି ଶ୍ରୀଜିଉ। ଶାସ୍ତ୍ର ଅନୁସାରେ ତିନି ଠାକୁରଙ୍କ ପ୍ରକୃତି ଏବଂ ସ୍ବରୂପ ଅନୁସାରେ ସେମାନଙ୍କର ରଥର ରଙ୍ଗ ନିର୍ଦ୍ଧାରିତ ହୋଇଥାଏ ।
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଜ୍ବରରୁ ଉପଶମ ପରେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଶ୍ରୀଜିଉମାନଙ୍କୁ ବିଶେଷ ବେଶ ଧାରଣ କରାଯାଇଥାଏ। ସ୍ନାନ ପୂର୍ଣ୍ଣିମା ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି।
ଶ୍ରୀଜିଉଙ୍କ ଅଣସର ସମୟ ସମ୍ପୂର୍ଣ୍ଣ ହୋଇଛି। ସ୍ନାନଯାତ୍ରା ପରେ ରତ୍ନବେଦୀରେ ଗୁପ୍ତ ସେବାରେ ଥିବା ଶ୍ରୀଜିଉମାନେ ଏବେ ସୁସ୍ଥ ହୋଇଛନ୍ତି। ଏହାପରେ ମଙ୍ଗଳବାର(ଜୁଲାଇ ୧୪) ଅପରାହ୍ଣ ୨ ଟାରୁ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଆରମ୍ଭ ହେବ। ନୀତିକାନ୍ତିର ବହୁଳତା ଯୋଗୁ ଚଳିତ ବର୍ଷ କମ୍ ସମୟ ପାଇଁ ଏହି ଦର୍ଶନର ବ୍ୟବସ୍ଥା କରାଯାଇଛି।
ମାନବୀୟ ଲୀଳା କରୁଛନ୍ତି ନିଳାଦ୍ରିବିହାରୀ ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ କମ୍ପୁଥିଲେ ଦୀର୍ଘ ୧୦ ଦିନ ଜ୍ବରରେ ପୀଡିତ ହେବାପରେ ଦଇତାପତି ସେବକ, ପତି ମହାପାତ୍ରଙ୍କ ସେବା ଶୁଶ୍ରୁଷାରେ ସୁସ୍ଥତା ଅନୁଭବକରି ଚକାବିଜେ କରିଥିଲେ
ଏକାଦେଶୀ ତିଥିରେ ଶ୍ରୀଜୀଉଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ସୁସ୍ଥ ହେଉଛନ୍ତି ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଦାଖଲ ହୋଇଥିଲା ଆୟୁର୍ବେଦିକ ଔଷଧ 'ଦଶମୂଳ ମୋଦକ'।
ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହେବେ।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ରଥଯାତ୍ରା ପାଇଁ ଶୁକ୍ରବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ପ୍ରଭୁ ଧିରେ ଧିରେ ସୁସ୍ଥତା ଲାଭ କରୁଥିବାର ବିଶ୍ୱାସ ଦଇତାପତିଙ୍କ ମନରେ ଆସିଥାଏ ।
ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା।
ରଥଯାତ୍ରା ପୂର୍ବରୁ ବଡ଼ ଅଘଟଣ। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୪୧ ନମ୍ବର ୱାର୍ଡ ଧମା ଥାନା ଅନ୍ତର୍ଗତ ଛତାବର ଗ୍ରାମର ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା …
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଅଣସର ପଞ୍ଚମୀରେ ଶ୍ରୀଜିଉଙ୍କୁ ଫୁଲୁରୀ ତେଲ ଲାଗି ପରେ ଠାକୁରଙ୍କୁ ଜ୍ବର ଓ କଷ୍ଟରୁ ମିଳିଛି ଉପଶମ। ଠାକୁରଙ୍କ ଶ୍ରୀଅଙ୍ଗ ଓ ପାଦ ପଦ୍ମରେ ଫୁଲୁରୀ ତେଲ ଘଷିଛନ୍ତି ଦଇତାପତି ସେବାୟତ।
ସ୍ନାନଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜ୍ବରରେ ଫୁଟୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଘନ ଅନ୍ଧକାର ମଧ୍ୟରେ ଗୁପ୍ତ ସେବା ଯୋଗଉଛନ୍ତି ଶ୍ରୀଅଙ୍ଗ ସେବକ ।