ବାଚସ୍ପତିଙ୍କ ଅନୁମତି ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସିବିଆଇ

suvendu adhikari

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଶ୍ଚିମବଙ୍ଗରେ ନାରଦ ବିବାଦ ଥମିବାରେ ନାଁ ନେଉନାହିଁ । ଏହି ବିବାଦରେ ସମ୍ପୃକ୍ତ ଥିବା ୪ ଜଣ ତୃଣମୂଳ କଂଗ୍ରେସର ନେତାମାନଙ୍କୁ ସିବିଆଇ ଆରେଷ୍ଟ କରିଥିଲା । ସବୁଠାରୁ ରୋଚକ କଥାଟି ହେଉଛି ଏଥିରେ ଶୁଭେନ୍ଦୁ ଅଧିକାରୀ ସମ୍ପୃକ୍ତ ଥାଇ ମଧ୍ୟ ସିବିଆଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ବାସ ଏହା ପରେ ଏହି ବିବାଦ ଦିନକୁ ଦିନ ନୂଆ ରୂପରେ ମୁଣ୍ଡ ଟେକିବାରେ ଲାଗିଛି । ବର୍ତ୍ତମାନ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଉଛି । ତେବେ ନିକଟରେ ରାଜ୍ୟପାଳ ଜଗଦୀପ ଧନଖର ଏହି ଚାରିଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଯାହାପରେ ସିବିଆଇ ଏହାର ଚାର୍ଜସିଟ ଚୂଡାନ୍ତ କରି ସେମାନଙ୍କୁ ଗିରଫ କରିଥିଲା । କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ କ୍ଷେତ୍ରରେ କୌଣସି ଅନୁମତି ମିଳିନଥିବାରୁ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏନେଇ ଏହି କେସରେ ସମ୍ପୃକ୍ତ ଥିବା ଶୁଭେନ୍ଦୁ ଅଧିକାରୀ, ସ୍ୱଗତା ରୟ, ପ୍ରସନ୍ନ ବାନାର୍ଜୀ ଏବଂ କାକାଲି ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇ ଲୋକସଭା ବାଚସ୍ପତିଙ୍କ ଠାରୁ ଅନୁମତି ମାଗିଛି । ଅନୁମତି ମିଳିବା ପରେ କେସରେ ସମ୍ପୃକ୍ତ ଥିବା ସମସ୍ତଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ ଗିରଫ ହୋଇଥିବା କୁନାଲ ଘୋଷ ସିବିଆଇର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଉଭୟ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ ବିଜେପିରେ ମିଶିଥିବାରୁ ସିବିଆଇ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଭାରତର ନ୍ୟାୟପାଳିକା ଉପରେ ମୋର ବିଶ୍ୱାସ ଅଛି । ଏବଂ ସତ କେବେ ଲୁଚି ରୁହେନା ତେଣୁ ସେମାନେ ଉଚିତ ଶାସ୍ତି ପାଇବେ ବୋଲି କୁନାଲ ଘୋଷ କହିଛନ୍ତି ।

Related Posts