ଟୁଇଟରକୁ ଭୟଭୀତ କରିବା ପାଇଁ ଦିଲ୍ଲୀ ପୁଲିସ ବ୍ୟବହାର କରୁଛି କେନ୍ଦ୍ର: ସୀତାରାମ ୟେଚୁରୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଟୁଇଟର ବିବାଦ ଥମିବାରେ ନାମ ନେଉ ନଥିବା ବେଳେ ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟ୍ୱିଟରକୁ ଭୟଭୀତ କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ପୁଲିସର ବ୍ୟବହାର କରୁଛନ୍ତି ବୋଲି ୟେଚୁରୀ ଅଭିଯୋଗ କରିଛନ୍ତି । ତେବେ ଦିଲ୍ଲୀ ପୋଲିସର ଦୁଇଟି ଟିମ୍ ଦିଲ୍ଲୀ ଏବଂ ଗୁରୁଗାଓଁରେ ଥିବା ଟ୍ୱିଟର କାର୍ଯ୍ୟାଳୟକୁ ଯାଇଥିବାର ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଟ୍ୱିଟର ଇଣ୍ଡିଆକୁ ‘କୋଭିଡ୍ -19 ଟୁଲକିଟ୍ ବିଷୟରେ ସୂଚନା ବାଣ୍ଟିବା ନେଇ ଅଭିଯୋଗ କରିଛି । ଏବଂ ଏହା ବିଜେପି ମୁଖପାତ୍ରଙ୍କ ସହ ଜଡିତ ଟ୍ୱିଟ୍ ଶ୍ରେଣୀଭୁକ୍ତ ବୋଲି କହିଛନ୍ତି। ତେବେ ସମ୍ବିତ୍ ପାତ୍ରାଙ୍କୁ ମନିପ୍ୟୁଟେଡ୍ ମିଡିଆ ଭାବରେ ଅଧିକାରୀମାନେ କହିଛନ୍ତି । ସାରା ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ କେନ୍ଦ୍ରସରକାରଙ୍କ ଏପରି ଅଭିମୁଖ୍ୟକୁ କଠୋର ନିନ୍ଦା କରିଛନ୍ତି ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ । ସେ କହିଛନ୍ତି, ଏହି ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ କେନ୍ଦ୍ରସରକାର ଅଧିକ ଧ୍ୟାନ ଦେବା କଥା କିନ୍ତୁ ତା ନହୋଇ ଏହାର ବିପରୀତ ହେଉଛି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ୟେଚୁରୀ କହିଛନ୍ତି ।

Related Posts