” କେନ୍ଦ୍ର ସରକାରଙ୍କ ଏଜେନ୍ସିମାନେ ଆମକୁ ଟାର୍ଗେଟ କରୁଛନ୍ତି ,ପୁଣି ବିଜେପିରେ ମିଶିଯିବା ଭଲ ହେବ ” : ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବିଧାୟକ ପ୍ରତାପ ସରନାଇକଙ୍କ ଚିଠିକୁ ନେଇ ପୁଣି ଥରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଦଳର ପୂର୍ବତନ ସହଯୋଗୀ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ସେ ଉଦ୍ଧବ ଠାକରେଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସିମାନେ ଆମକୁ ଟାର୍ଗେଟ କରୁଛନ୍ତି, ଯଦି ଆପଣ ପିଏମ ମୋଦୀଙ୍କ ନିକଟତର ହୁଅନ୍ତେ ତେବେ ରବିନ୍ଦ୍ର ୱାଇକର, ଅନିଲ ପରବ, ପ୍ରତାପ ସରନାଇକ ଏବଂ ସେମାନଙ୍କ ପରିବାରଙ୍କ ଦୁଃଖ ଦୂର ହେବ’। ମହାରାଷ୍ଟ୍ର ଓଭାଲା-ମାଜିୱାଡା ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ସାରନାଇକ ବର୍ତ୍ତମାନ ଆର୍ଥିକ ହେରଫେର ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ନଭେମ୍ବରରେ, କେନ୍ଦ୍ରୀୟ ଏଜେନ୍ସି ସାରନାଇକଙ୍କ ଅନେକ ସ୍ଥାନରେ ଚଢାଉ କରିଥିଲା।ଶିବସେନା ବିଧାୟକ ପ୍ରତାପ ସରନାଇକ ଲେଖିଛନ୍ତି, ଏନସିପି ଏବଂ କଂଗ୍ରେସ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି।କଂଗ୍ରେସ ଏକାକୀ ଲଢ଼ିବାକୁ ଚାହୁଁଛି ଏବଂ ଏନସିପି ଶିବସେନାର ନେତାମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଘୋଷଣା କରିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି। ତେବେ ଶିବସେନା ବିଧାୟକ ପ୍ରତାପ ସରନାଇକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆଗାମୀ ବର୍ଷ ମୁମ୍ବାଇ, ଥାନେ ଏବଂ ଅନ୍ୟାନ୍ୟ ମୁନିସିପାଲିଟି ନିର୍ବାଚନରେ ବିଜେପି ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରରେ 2019 ବିଧାନସଭା ନିର୍ବାଚନ ପରେ ବିଜେପି ସହ ଗଠବନ୍ଧନ ନିଷ୍ପତ୍ତି ନେଇ ଶିବସେନା ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଏହି ଚିଠିରେ ଶାସକ ଦଳର ବିଧାୟକମାନଙ୍କୁ ହଇରାଣ କରାଯିବା ଘଟଣା ଉଲ୍ଲେଖ କରାଯାଇଛି, ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସେ କହିଛନ୍ତି ଯେ ଜଣେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। “ମୁଁ ଏ ବିଷୟରେ କ’ଣ କହିବି? ତଥାପି, ଯଦି ସେ ଚିଠିଟି ପ୍ରାମାଣିକ, ତେବେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ” ପାଟୋଲଙ୍କ ମନ୍ତବ୍ୟ ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେଉଁମାନେ କେବଳ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ସେମାନେ ଲଢି ପାରିବେ ।

Related Posts