ରାଜଧାନୀରେ ଛତିଶଗଡ ପୋଲିସ୍ କବଜାରେ ଠକ

ଭୁବନେଶ୍ୱର: ରାଜଧାନୀରୁ କାବୁ ହେଲା ଠକ । ଛତିଶଗଡ ପୋଲିସ୍ ଠକ୍ କୁ କାବୁ କରିଛି । ଜଣେ ବ୍ୟବସାୟୀଙ୍କ ଠାରୁ ୧୮ ଲକ୍ଷ ଟଙ୍କାର ଠକେଇ ହୋଇଥିବା ବେଳେ ଏହି ଠକେଇ କରିଥିବା ଅଭଯୁକ୍ତ ସମ୍ବିତ ଖଟେଇକୁ ଗିରଫ କରିଛି ଛତିଶଗଡ଼ ପୋଲିସ୍‌ ।

ଛତିଶଗଡ଼ ପୋଲିସ୍ ରାଜଧାନୀର ସହିଦ୍ ନଗର ଅଞ୍ଚଳରୁ ଅଭିଯୁକ୍ତକୁ ଧରିବା ପରେ ପଚରାଉଚରା କରିଛି । ଗିରଫ ସମ୍ବିତ ଖଟେଇ ଟ୍ରାନ୍ସପର୍ଟ ବ୍ୟବସାୟ କରୁଥିବା ଜଣାପଡ଼ିଛି । ଛତିଶଗଡ଼ର ବ୍ୟବସାୟୀଙ୍କ ସମସ୍ତ ସାମଗ୍ରୀକୁ ସେ ଆଉ ଫେରାଇନଥିବା ସୂଚନା ମିଳିଛି ।

Related Posts