ସରକାର ଗଢ଼ି ମୁଖ୍ୟକଥା ଭୁଲିଗଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ କଣ …

ସତ୍ୟପାଠ ବ୍ୟୁରୋ : କୁହାଯାଏ ଆମ ମୁଖ୍ୟମନ୍ତ୍ରୀ ଯାହା ଭାବନ୍ତି ବା ଯାହା କରିବା ପାଇଁ କୁହନ୍ତି କିଛି ଭୁଲନ୍ତିନି । ସବୁକଥା ଟିକିନିଖି କରି ମନେ ରଖନ୍ତି । ହେଲେ ଏହା ଭିତରେ ୧୦ ଦିନ ହୋଇଗଲା, କିନ୍ତୁ ମାନ୍ୟବର ନିଜର ଏକ ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଯାଇଛନ୍ତି । ଲାଗୁଛି ଆପଣ ବି ଭୁଲି ଯାଇଛନ୍ତି ନହେଲେ କିଛି ନହେଲେ ତ ସୋସିଆଲ ମିଡିଆରେ ଆପଣ ପ୍ରତିକ୍ରିୟା ଦେଇ ସାରନ୍ତେଣି….

ନିର୍ବାଚନ ପ୍ରଚାରରେ ବୁଲି ବୁଲି ନବୀନ ବାବୁ କହିଲେ, ସରକାର ଆସିବାର ପ୍ରଥମ ଦିନ ହିଁ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ଲୋକେ ବି ଖୁସ୍, ନେତା ବି ଖୁସ୍ । ଏଇ ପଦିଏ କଥା ବିରୋଧୀଙ୍କ ମୁହଁ ବଙ୍କା କରି ନବୀନଙ୍କ ପକେଟରେ ଭୋଟ ଅଜାଡି ଦେଇଥିଲା । ଶପଥ ଗ୍ରହଣ କରିବାର ଏହା ଭିତରେ ୧୦ ଦିନ ହୋଇଗଲା । ମାତ୍ର ୮.୪ଲକ୍ଷ ଚାଷୀ ପରିବାରକୁ କାଳିଆ ଟଙ୍କା ଦିଆଗଲା ଅଥଚ ଆହୁରି ଅନେକ ପରିବାର ରହିଗଲେ ଯେଉଁମାନଙ୍କୁ ଏଥିରୁ ବଂଚିତ କରାଗଲା । ପ୍ରଥମେ ୪୨ଲକ୍ଷ ଚାଷୀ ପରିବାର ଏହି ଯୋଜନାରେ ସାମିଲ ହୋଇଥିଲେ । ପରେ ସରକାର ଗଠନର ପ୍ରଥମ ଦିନରେ ଆଉ ୩୩ଲକ୍ଷ ପରିବାରକୁ ସାମିଲ କରାଯିବାକୁ ନିଷ୍ପତି ନିଆଗଲା । ହେଲେ ମୋଟ ୭୫ଲକ୍ଷ ଚାଷୀ ପରିବାରରୁ ମାତ୍ର ୮.୪ଲକ୍ଷ ପରିବାର କେତେ ପ୍ରତିଶତ ତାହାର ଅନ୍ଦାଜା ଲଗାଇବା ଆପଣ ବି ଲଗାଇ ପାରନ୍ତି ।

ଏବେ କୁହାଯାଉଛି, ବଜେଟରେ ଏନେଇ ବ୍ୟୟ ବରାଦ ହେବ । ଚାଷୀଙ୍କ ହିତ ପାଇଁ ୩୨୩୪ କୋଟି ଖର୍ଚ୍ଚ ହେବ । ଯୋଜନାରେ ୩୨ଲକ୍ଷରୁ ଅଧିକ ଭାଗଚାଷୀ ଓ ଭୁମିହୀନ ଚାଷୀଙ୍କୁ ଲାଭ ମିଳିବ । ତା ମାନେ ବଳକା ଚାଷୀମାନଙ୍କୁ ଏବେ କାଳିଆ ଟଙ୍କା ମିଳିବାର ସମ୍ଭାବନା ନାହିଁ । ଅର୍ଥାତ ନବୀନ ବାବୁ ଜାଣିଥିଲେ କାଳିଆ ପାଇଁ ଟଙ୍କା ନାହିଁ ସତ, କିନ୍ତୁ ତୁରନ୍ତ ଭୋଟ ପାଇବା ପାଇଁ ସେଭଳି କହିବା ଦରକାର ଥିଲା ।

ପ୍ରଶ୍ନ ଉଠିଛି, ଯଦି ଆଗରୁ ଏହା ଜଣାଥିଲା କାହିଁକି ଲୋକଙ୍କୁ ଭଣ୍ଡାଇଲେ ମାନ୍ୟବର ? ଲୋକଙ୍କ ଇମୋସନକୁ ଆୟୁଧ କରି ନିର୍ବାଚନ ଜିତିବାର ଏ ମସୁଧା ସାରଙ୍କ ମୁଣ୍ଡକୁ ଜୁଟିଲା କେମିତି ? ସାର୍ ସବୁକଥା ମନେ ରଖନ୍ତି ମାନେ ଏକଥା ବି ମନେ ରଖିଥିବେ କିନ୍ତୁ ମୁହଁ ଖୋଲି କହୁ ନାହାଁନ୍ତି କାଳିଆ ଆସିବ କେବେ ?

Related Posts