ପିଏଫଆଇ ଭଳି ସଙ୍ଗଠନକୁ ସହଯୋଗ କରୁଥିବା କଂଗ୍ରେସକୁ ମଧ୍ୟ ବ୍ୟାନ୍ କରାଯାଉ: କର୍ଣ୍ଣାଟକ ବିଜେପି ମୁଖ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୃକ୍ତି ନେଇ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫଆଇ)କୁ ଭାରତରେ ୫ ବର୍ଷ ପାଇଁ ବ୍ୟାନ୍ କରାଯାଇଛି। ଏହାପରେ କଂଗ୍ରେସକୁ ମଧ୍ୟ ଦେଶରେ ବ୍ୟାନ୍ କରାଯାଉ ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପି ମୁଖ୍ୟ ନଳୀନ କୁମାର କାତୀଲ। କଂଗ୍ରେସ ଏହିଭଳି ଆତଙ୍କୀ ସଂଗଠନମାନଙ୍କୁ ସହଯୋଗ କରୁଛି ତେଣୁ ତାଙ୍କୁ ମଧ୍ୟ ବ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ‘ପିଏଫ୍‌ଆଇ, ସୋସିଆଲ୍‌ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ(ଏସଡିପିଆଇ) ଏବଂ କର୍ଣ୍ଣାଟକ ଫୋରୋମ ଡିଗନିଟି(କେଏଫ୍‌ଡି) ଭଳି ଚରମପନ୍ଥୀ ସଂଗଠନ ଗୁଡ଼ିକ ଭାରତର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଆଉ ଏହି ସଂଗଠନ ଗୁଡ଼ିକୁ ଶକ୍ତିଶାଳି କରିବାକୁ କଂଗ୍ରେସ୍ ସହଯୋଗ କରୁଛି। ତେଣୁ ଆମ ଦେଶରେ କଂଗ୍ରେସକୁ ବ୍ୟାନ୍ କରିଦେବା ଦରକାର।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମହାତ୍ମା ଗାନ୍ଧୀ ଜାଣିଥିଲେ ଯେ ସ୍ୱାଧିନତା ପରେ ଯଦି କଂଗ୍ରେସ ସରକାର ଚଳାଏ ତେବେ ଏହା ଦେଶକୁ ନଷ୍ଟ କରିଦେବ। ଏଥିପାଇଁ ସ୍ୱାଧିନତା ପରେ ଦଳକୁ ଭାଙ୍ଗି ଦେବା ପାଇଁ ଗାନ୍ଧୀ ପରମର୍ଶ ଦେଇଥିଲେ।’

ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ପିଏଫ୍‌ଆଇ ନେତା ଓ ଅଫିସରେ ଚଢାଉ କରାଯାଇ ୧୦୦ରୁ ଉର୍ଦ୍ଧ ପିଏଫ୍‌ଆଇ କର୍ମୀଙ୍କୁ ଗିରଫ କରାଯାଇଛି। ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ଯୋଗାଣରେ ସମ୍ପୃକ୍ତି ନେଇ ଜଣାପଡ଼ିବା ପରେ ଦେଶରେ ୫ ବର୍ଷ ପାଇଁ ପିଏଫ୍‌ଆଇକୁ ବ୍ୟାନ୍ କରାଯାଇଛି। କେବଳ ସେତିକି ନୁହେଁ, ପିଏଫ୍‌ଆଇ ସହିତ ସହଯୋଗୀ ସଂଗଠନ ରିହାବ ଇଣ୍ଡିଆ ଫାଉଣ୍ଡେସନ୍(ଆରଆଇଏଚ), କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ, ଅଲ୍‌ ଇଣ୍ଡିଆ ଇମାମ କାଉନସିଲ, ନ୍ୟାସ୍‌ନାଲ କନଫେଡେରେସନ୍ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାଇନାଇଜେସନ, ନ୍ୟାସ୍‌ନାଲ ଓମେନ୍ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏମ୍ପାୱାର ଇଣ୍ଡିଆ ପାଉଣ୍ଡେସନ୍ ଆଣ୍ଡ ରିହାବ ଫାଉଣ୍ଡେସନ୍ କେରଳକୁ ମଧ୍ୟ ବ୍ୟାନ୍ କରାଯାଇଛି।

Related Posts