ଟ୍ରିପଲ୍‌ ତଲାକ୍‌ ଉପରେ କଂଗ୍ରେସର ୟୁ-ଟର୍ଣ୍ଣ, କହିଲା-କ୍ଷମତାକୁ ଆସିଲେ ଉଚ୍ଛେଦ କରିବୁ ଆଇନ

ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁସ୍ମିତା ଦେବ କହିଲେ ଯେ କଂଗ୍ରେସ ଯଦି କ୍ଷମତାକୁ ଆସେ, ତେବେ ଟ୍ରିପଲ୍‌ ତଲାକ୍‌ ଆଇନ ଉଚ୍ଛେଦ କରିଦିଆଯିବ । କଂଗ୍ରେସ ଏହି ଆଇନର ବିରୋଧ କରୁଛି ।

ଲୋକସଭା ନିର୍ବାଚନ ପାଖକୁ ଆସିବା ସହ ରାଜନୈତିକ ପ୍ରତିଶ୍ରୁତି ଓ ଘୋଷଣାର ଧାରା ଆରମ୍ଭ ହୋଇଯାଇଛି । କଂଗ୍ରେସ ପାର୍ଟି ଗୁରୁବାର ଘୋଷଣା କରିଛି ଯେ ଯଦି ଦଳ କ୍ଷମତାକୁ ଆସେ, ତେବେ ଟ୍ରିପଲ୍‌ ତଲାକ୍‌ ଆଇନକୁ ଉଚ୍ଛେଦ କରିଦିଆଯିବ । ଏହି ଆଇନ୍‌ ମୋଦି ସରକାରଙ୍କର ଏକ ଅସ୍ତ୍ର, ଯାହାର ବ୍ୟବହାର ମୁସଲମାନ ପୁରୁଷଙ୍କୁ ଜେଲ୍‌ ପଠାଇବା ପାଇଁ ଓ ଥାନାରେ ଛିଡ଼ା କରିବାକୁ କରାଯାଏ ।

ମୁସଲମାନ ମହିଳାମାନେ ଏହାକୁ ଜୋରଦାର ବିରୋଧ କରିଛନ୍ତି ଏବଂ କଂଗ୍ରେସ ବି ଏହି ଆଇନକୁ ବିରୋଧ କରୁଛି । ଏହା ମହିଳା ସଶକ୍ତିକରଣ କରିବ ନାହିଁ, ବରଂ ସେମାନଙ୍କ ଓ ମୁସଲମାନ ପୁରୁଷଙ୍କ ଭିତରେ ବିଭାଜନ ସୃଷ୍ଟି କରିବ ।

ଏକଥା କହିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଷ୍ମିତା ଦେବ । ଦିଲ୍ଲୀ ଜବାହରଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚା ସମ୍ମିଳନୀକୁ ସମ୍ବୋଧନ କରି ଏମିତି କହିଛନ୍ତି ସୁଷ୍ମିତା । ଆସାମର ସିଲଚରରୁ ସାଂସଦ ଥିବା ସୁଷ୍ମିତା ଦେବ କହିଲେ ଯେ ନାଗରିକତା ଦେବା ନାମରେ ଆସାମକୁ ବିଭାଜିତ କରାଯିବାକୁ ଉଦ୍ୟମ କରାଯାଉଛି । ଆମେ ଯେ କୌଣସି ଏମିତି ଆଇନର ବିରୋଧ କରୁଛୁ, ଯାହା ସମ୍ବିଧାନ ବିରୋଧୀ ।

Related Posts