
ଦିନ କେଇଟା ତଳେ ସମ୍ପନ୍ନ ହୋଇଥିବା ଦୀପବୀରଙ୍କ ବିବାହର ପରମ୍ପରାକୁ ନେଇ ସୃଷ୍ଟି ହୋଇଛି ଏକ ବିବାଦ । ଆମେ କହୁଛୁ ବଲିଉଡ୍ର ନବ ବିବାହିତ ଯୋଡ଼ି ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ କଥା । ନଭେମ୍ବର 14 ଓ 15 ତାରିଖରେ ଇଟାଲୀରେ ଉଭୟଙ୍କର ବିବାହ ହୋଇଥିଲା ।
ପ୍ରଥମେ 14 ତାରିଖରେ କୋଙ୍କଣି ପରମ୍ପରା ଅନୁସାରେ ଏବଂ ତା ପରଦିନ 15 ତାରିଖରେ ଶିଖ୍ ବିଧି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । କିନ୍ତୁ ନଭେମ୍ବର 15 ତାରିଖରେ ହୋଇଥିବା ଆନନ୍ଦ କାରଜର ବିଧିକୁ ନେଇ ଇଟାଲୀର ଏକ ଶିଖ୍ ସଂସ୍ଥା ଆପତ୍ତି ପ୍ରକାଶ କରିଛି ।
ପ୍ରକୃତରେ ଆନନ୍ଦ କାରଜ, ହିନ୍ଦୁ ବିବାହର ପରମ୍ପରାଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ବୋଲି ଧରାଯାଏ । ଏହି ବିଧି ଦିନରେ ଏବଂ ଗୁରୁଦ୍ବାରାରେ ହିଁ ହୁଏ । କିନ୍ତୁ ଦୀପବୀରଙ୍କ ବିବାହରେ ଏହି ବିଧି ଗୁରୁଦ୍ବାରରେ କରାଯାଇନାହିଁ । ଇଟାଲିଆନ୍ ଶିଖ୍ ସଂସ୍ଥା ଅଭିଯୋଗ କରିଛି ଯେ ଠିକ୍ ଭାବେ ଆନନ୍ଦ କାରଜର ବିଧି କରାଯାଇନାହିଁ ।
ଇଟାଲୀର ଶିଖ୍ ସଂସ୍ଥାର ସଭାପତି ସୁଖଦେବ ସିଂହ କାଙ୍ଗଙ୍କର କହିବା କଥା ଯେ ଅକାଲ ତଖତ୍ୟ ‘ହୁକୁମନାମ’ ଗୁରୁ ଗ୍ରନ୍ଥ ସାହେବଙ୍କୁ ଗୁରୁଦ୍ବାରା ଛଡ଼ା ଅନ୍ୟ କୌଣସି ସ୍ଥାନକୁ ନେଇ ଯିବାକୁ ଅନୁମତି ନାହିଁ । ମୁଁ ଏ ନେଇ ଅକାଲ ତଖ୍ତ୍ୟର ଯତ୍ଥେଦାରଙ୍କୁ ଚିଠି ଲେଖିବି, ସେ ଏହା ଉପରେ ପଦକ୍ଷେପ ନିଅନ୍ତୁ ।