ମା’ ମନ୍ଦିରରେ ପଶିଲେ, ଛୁଆକୁ ସ୍କୁଲ ମନା

daughter of woman who tried to enter sabarimala denied school admission

ନୂଆଦିଲ୍ଲୀ – ମା’ ମନ୍ଦିରକୁ ପଶିବାକୁ ଉଦ୍ୟମ କରିଥିଲେ ବୋଲି ଛୁଆକୁ ସ୍କୁଲରେ ନାମଲେଖା ମନା ହେଲା । ଶୁଣିବାକୁ ଟିକେ ଖଟକା ଲାଗୁଥିଲେ ବି ଆମ ସମାଜ ଏଇଥିରେ ହିଁ ବିଶ୍ୱାସ କରୁଥିବାର ପ୍ରମାଣ ମିଳିଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେରଳରେ । ଗତ ଅକ୍ଟୋବର ମାସରେ ଶାବରୀମାଳା ମନ୍ଦିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା କାରଣୁ ଜଣେ ମହିଳାଙ୍କ ଝିଅକୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମନା କରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ ।

bindu-thankam
bindu-thankam

ପୁରା ଘଟଣାଟି ଥିଲା ଏମିତି । ଗତ ଅକ୍ଟୋବର ୨୨ ତାରିଖରେ କେରଳ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଜୋରଦାର ଆନ୍ଦୋଳନ ହୋଇଥିଲା । ଅନେକ ମହିଳା ଆନ୍ଦୋଳନକାରୀଙ୍କୁ ଠେଲି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଭିତରେ ଥିଲେ ଦଳିତ ଅଧିକାର ସାମାଜିକ କର୍ମୀ ବିନ୍ଦୁ ଥଙ୍କମ୍ କଲ୍ୟାଣୀ । ଯଦିଓ ତାଙ୍କୁ ମନ୍ଦିରରେ ପ୍ରବେଶ କରାଯାଇ ନଥିଲା ଓ ସେଠାରେ ଉପସ୍ଥିତ ଆନ୍ଦୋଳନ କାରୀ ମାନେ ତାଙ୍କୁ ଠେଲି ବାହାର କରିଦେଇଥିଲେ କିନ୍ତୁ ସେବେଠାରୁ ସମସ୍ତଙ୍କର ଚକ୍ଷୁଶୀଳା ହୋଇ ପଡିଛନ୍ତି ବିନ୍ଦୁ ।

sabarimala
sabarimala

ଏହି ଘଟଣାକୁ ନେଇ ବିନ୍ଦୁଙ୍କ ପ୍ରତି ସ୍ଥାନୀୟ ଅଂଚଳବାସୀ ଏତେ କ୍ଷୁବ୍ଧ ହୋଇଯାଇଛନ୍ତି ଯେ, ସେ ରହୁଥିବା ଭଡାଘରୁ ତାଙ୍କୁ ବାହାର କରି ଦିଆଗଲା । ଆଉ ହିନ୍ଦୁ ମୌଳବାଦୀ ଚିନ୍ତାଧାରାରେ ବଂଚୁଥିବା ମଣିଷମାନେ ଆହୁରି ତଳକୁ ଖସିଯାଇ ବିନ୍ଦୁଙ୍କ ୧୧ବର୍ଷିୟା ଝିଅକୁ ସ୍କୁଲରେ ଆଡମିଶନ ନକରାିବାକୁ ଦାବୀ କରିଛନ୍ତି । ଏ ଦାବୀ ବି ଏତେ ତୀବ୍ର ଥିଲା ଯେ, କେରଳ-ତାମିଲନାଡୁ ବର୍ଡରରେ ଥିବା ବିଦ୍ୟା ବନମ୍ ଉଚ୍ଚ ବିଦ୍ୟାଳୟ କର୍ତ୍ତୁପକ୍ଷ ବିନ୍ଦୁଙ୍କ ଝିଅକୁ ଆଡମିଶନ ଦେବେ ନାହିଁ କହି ଫେରାଇ ଦେଇଛନ୍ତି ।

ଏନେଇ ବିନ୍ଦୁ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଶାବରୀମାଳା ମନ୍ଦିରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ଦିନ ଠାରୁ ହିଁ ତାଙ୍କୁ ଟାର୍ଗେଟ କରାଯାଉଛି । ତାଙ୍କୁ ଗାଳି ଗୁଲଜ କରାଯିବା ସହ ରହୁଥିବା ଭଡାଘରୁ ତାଙ୍କୁ ବାହାର କରି ଦିଆଯିବା ଓ ଝିଅକୁ ଆଡମିଶନ ନମିଳିବା ଏକ ସାମନ୍ତବାଦୀ ଚିନ୍ତାଧାରା ବୋଲି କହିଛନ୍ତି ବିନ୍ଦୁ । ଅନ୍ୟପକ୍ଷରେ ବିନ୍ଦୁଙ୍କ ଝିଅକୁ ଆଡମିାନ ଦିଆଗଲେ ତାହାକୁ ନେଇ ବିରୋଧ ହେବ ଓ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ବାଧାପ୍ରାପ୍ତ ହେବ ବୋଲି ସ୍କୁଲ କର୍ତ୍ତୁକ୍ଷ କହିଛନ୍ତି ।

Related Posts