ମୁଲାୟମ ସିଂଙ୍କ ପରଲୋକ; ୟୁପିରେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି । ମୁଲାୟମଙ୍କ ପରଲୋକ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଲାୟମ ସମାଜବାଦ ର ଏକ ସ୍ତମ୍ଭ ଥିଲେ ବୋଲି କହିବା ସହିତ ସେ ଉତ୍ତରପ୍ରଦେଶରେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି । ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ହେବ ।୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି ।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଖିଳେଶ ଯାଦବ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଗଷ୍ଟ ୨୨ ତାରିଖରେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତି ହୋଇଥିଲେ । ଅକ୍ଟୋବର ୨ ତାରିଖରେ ସ୍ୱାସ୍ଥ୍ୟରେ ଅବନତି ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ମୁଲାୟମ ୩ ଥର ୟୁପିର ମୁଖ୍ୟମନ୍ତ୍ରୀ ହେବା ସହ ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ ।

Related Posts