ରାଜ୍ୟ ରାଜପଥରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବରଙ୍ଗପୁରରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । ପୂର୍ବରୁ ଗାଁ ଗହଳି ଜଙ୍ଗଲରେ ପୋଷ୍ଟର ମାରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ରାଜପଥରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲେ ମାଓବାଦୀ ।ଓଡିଶା ସହ ପଡୋଶୀ ଛତିଶଗଡର ରାୟପୁରକୁ ସଂଯୋଗ କରୁଥିବା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ ଅନ୍ତର୍ଗତ ଯୋଡିଗାଁ ରାଜ୍ୟ ରାଜପଥରେ ପୋଷ୍ଟର ମାରି ନିଜ ସ୍ଥିତିର କଡା ସନ୍ଦେଶ ଦେଇଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ଏହି ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ ପୋଷ୍ଟରକୁ ଦେଖି ଭୟଭୀତ ହୋଇ ରାସ୍ତା ଦେଇ ଯାଉଥିବା ବସ୍ ଯାନବାହନ ଅଟକି ରହିଥିଲା । ତେବେ ପୋଷ୍ଟର କେଉଁ ମାଓବାଦୀ ସଙ୍ଗଠନ ମାରିଛି ତାହା ସ୍ପଷ୍ଟ ସୂଚନା ଉଲ୍ଲେଖ ହୋଇନଥିବା ବେଳେ ବିଭିନ୍ନ ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ପୋଷ୍ଟରକୁ ଜବତ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି ।

Related Posts