କଟକଣା ସତ୍ତ୍ୱେ ଓଡିଶାରେ ଆଜି ପୁଣି ୧୧ ହଜାର ଡେଇଁଲା କରୋନା ସଂକ୍ରମିତ ସଂଖ୍ୟା : ଗତ ୨୪ ଘଣ୍ଟାରେ ୨୧ ମୃତ , ଜୁନ୍ ୧ ଯାଏଁ ବଢିଲା ଲକଡାଉନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୁଇ ଦିନ ପରେ ରାଜ୍ୟରେ ଆଜି ପୁଣି ୧୧ ହଜାର ଅତିକ୍ରମ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୧,୦୯୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୮୮୫ ଲୋକାଲ କେସ୍‌ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ୧୪୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଯଥାକ୍ରମେ ୯୮୩ ଓ ୮୬୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫୫୨ ଜଣ , ବାଲେଶ୍ୱରରୁ ୪୦୮, ବରଗଡ଼ରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, ଦେବଗଡ଼ରୁ ୧୦୭, ଢେଙ୍କାନାଳରୁ ୧୬୨, ଗଜପତିରୁ ୮୨, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୩୦୨, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୩୦୭, କଳାହାଣ୍ଡିରୁ ୨୯୯, କନ୍ଧମାଳରୁ ୮୮, କେନ୍ଦ୍ରାପଡ଼ାରୁ ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟରୁ ୨୮୦, ମାଲକାନଗିରିରୁ ୧୦୨, ମୟୂରଭଞ୍ଜରୁ ୫୦୭, ନବରଙ୍ଗପୁରରୁ ୩୫୧, ନୟାଗଡ଼ରୁ ୨୭୭, ନୂଆପଡ଼ାରୁ ୨୩୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୭୦, ସମ୍ବଲପୁରରୁ ୫୪୭ ଓ ସୋନପୁରରୁ ୨୫୨ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୪୨ ଜଣ ଚିହ୍ନଟ ହୋଇଛନ୍ତି। ୧୧,୦୯୯ଟି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୫୯୫ ଜଣ ସୁସ୍ଥ ହୋଇସାରିଲେଣି। ଲକ୍ଷେ ୫ ହଜାର ୩୭୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଏଯାବତ କରୋନାରେ ରାଜ୍ୟରେ ୨୩୭୮ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ବରଗଡ଼, ବଲାଙ୍ଗୀର, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ପୁରୀର ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ମେ’ ୫ ତାରିଖରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଆଜି ଶେଷ ହେଉଥିବା ବେଳେ ଏହାକୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

Related Posts