ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍: ୪୦ ଶ୍ରମିକ ଗୁରୁତର

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପଲାଶପାଣି ଅଞ୍ଚଳକୁ ଯାଉଥିବା ବେଳେ ଓଲଟିଲା ପିକଅପ ଭ୍ୟାନ । ଫଳରେ ଏହି ଦୁର୍ଘଟଣାରେ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଧର୍ମଗଡକୁ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଧାନ ରୋଇବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଆସୁଥିଲେ ।

ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିଥିଲା ଫଳରେ ଶ୍ରମିକ ମାନେ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଶ୍ରମିକ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି । ତେବେ ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇନଥିବା ବେଳେ, ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ରେ ଭର୍ତି କରାଯାଇଛି ।

Related Posts