ବିଲକୁ ଯିବା ବେଳେ ଦଳିଦେଲା ହାତୀ: ଜଣେ ମହିଳାଙ୍କ ମୃତ୍ୟୁ

ଆଠଗଡ : କଟକ ଜିଲ୍ଲା ତିଗିରିଆ ବନାଞ୍ଚଳ ଅରାତଇଲା ନିକଟରେ ଘଟିଛି ଏକ ଅଘଟଣ । ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଜଣଙ୍କ ହେଲେ ନୀଆସି ରାଉତ ।

ସୂଚନାନୁସାରେ, ନୀଆସୀ ନିଜ ବିଲକୁ ପରିବା ତୋଳିବା ପାଇଁ ଯାଉଥିଲେ । ଏହି ସମୟରେ ସେ ଏକ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏବେ ଏକ ଆଠଟିକିଆ ହାତୀ ପଲ୍ଲ ତିଗିରିଆ ବାନାଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି । ମହିଳାଙ୍କୁ ଯେଉଁ ହାତୀଟି ଆକ୍ରମଣ କରିଛି ସେହି ହାତୀଟି ଗୋଠରୁ ଅଲଗା ହୋଇ ବୁଲୁଥିବା ଦେଖିଵାକୁ ମିଳିଥିଲା ।

Related Posts