
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଏମିତି ତ ନିଜର ଶାନ୍ତ ଓ ସରଳ ସ୍ବଭାବ ପାଇଁ ପରିଚିତ । କିନ୍ତୁ ଯେତେବେଳେ ବି ସୁଯୋଗ ମିଳେ ସେତେବେଳେ ପଡ଼ିଆ ବାହାରେ ହେଉ ବା ଭିତରେ ଏମିତି କିଛି କରନ୍ତି ଯାହା ଖବର ଶୀର୍ଷକକୁ ଆସେ । ଯଦିଓ ଧୋନିଙ୍କ ବାବଦରେ ଏ କାହାଣୀ 10 ବର୍ଷ ପୁରୁଣା ଯାହାର ଖୁଲାସା ଏବେ ହୋଇଛି ।
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ମହାନ ବ୍ୟାଟସ୍ମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ନିଜ ବହିରେ ଧୋନିଙ୍କ ସହ ସମ୍ପର୍କିତ ଏମିତି ଏକ ଘଟଣା ବାବଦରେ ଲେଖିଛନ୍ତି, ଯାହା ତାଙ୍କର ଭିନ୍ନ ଚରିତ୍ରକୁ ବୟାନ କରୁଛି । ଲକ୍ଷ୍ମଣ 2008 ମସିହାର ଏହି ଘଟଣାକୁ ମନେ ପକାଇ ଏ ବାବଦରେ ନିଜ ବହିଲେ ଲେଖିଛନ୍ତି, ଯେ ଯେଉଁଦିନ ନାଗପୁରରେ ସେ ନିଜର 100 ତମ ଟେଷ୍ଟ ମ୍ୟାଚ୍ ଖେଳିଲେ, ସେହିଦିନ ସେ ନିଜେ ବସ୍ ଚଳାଇ ଟିମ୍କୁ ହୋଟେଲ୍ ଯାଏଁ ନେଇ ଯାଇଥିଲେ । ଏହି ସମୟରେ ଧୋନି କ୍ରିକେଟ୍ର ତିନିଟି ଯାକ ଫର୍ମାଟ୍ରେ ଭାରତର କ୍ୟାପଟେନ୍ ଥିଲେ । ଏହି ମ୍ୟାଚ୍ରେ ପୂର୍ବତନ ମହାନତମ ସ୍ପିନର ଅନୀଲ କୁମ୍ବଲେ ବି ସନ୍ୟାସ ନେବାର ଘୋଷଣା କରିଥିଲେ ।
ଲକ୍ଷ୍ମଣ ଲେଖିଛନ୍ତି ଯେ ଧୋନିଙ୍କ ବସ୍ ଚଳାଉଥିବା ଦେଖି ମୁଁ ଆଖି ଉପରେ ବିଶ୍ବସ କରିପାରିଲିନାହିଁ । ଟିମ୍ର କ୍ୟାପଟେନ୍ ଆମକୁ ବସ୍ରେ ବସାଇ ପଡ଼ିଆରୁ ହୋଟେଲ୍ ଯାଏଁ ନେଇ ଯାଇଥିଲେ । ଏହା କୁମ୍ବଲେଙ୍କ ସନ୍ୟାସ ପରେ କ୍ୟାପଟେନ୍ ଧୋନିଙ୍କ ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା ଆଉ ତାଙ୍କୁ ଦୁନିଆର କିଛି ପରବାୟ ନ ଥିଲା । ଧୋନି କେବେ ବି ରୋମାଞ୍ଚକ ମୁହୂର୍ତ୍ତରେ ବଞ୍ଚିବାର ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ, ଆଉ ମୁଁ ଆଜିଯାଏଁ ଧୋନିଙ୍କ ଭଳି କୌଣସି ଖେଳାଳିଙ୍କୁ ଦେଖିନାହିଁ ।