
ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଦିଗବିଜୟ ସିଂହ ଏକ ବୟାନ ଦେଇ ରାମ ମନ୍ଦିର ପ୍ରସଙ୍ଗରେ ବିଜେକୁ ଘେରିବାକୁ ଉଦ୍ୟମ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି ଯେ ଅଯୋଧ୍ୟାରେ ରାମଙ୍କର ପ୍ରତିମା ଯଦି ହେବ, ତେବେ 100 ମିଟର ଉଚ୍ଚ କାହିଁକି ? ସର୍ଦ୍ଦାର ପଟେଲ୍ଙ୍କଠାରୁ ଉଚ୍ଚ 200 ମିଟର ପ୍ରତିମା କରନ୍ତୁ, ରାମଙ୍କୁ କାହିଁକି ଛୋଟ ଦେଖାଯାଉଛି ।
କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଅନୁସାରେ, ବିଜେପି କହୁଛି ଯେ ଆଇନର ପାଳନ କରିବ । ରାମ ମନ୍ଦିର ମାମଲାରେ ଯୋଗୀ ଆଦିତ୍ୟନାଥ କହନ୍ତି ଯେ ରାମଙ୍କର ଇଚ୍ଛାରେ ସବୁକିଛି ନିର୍ମାଣ ହୋଇଯିବ । ସେପଟେ ମୋହନ ଭାଗବତ କହନ୍ତି ଯେ ଅଧ୍ୟାଦେଶ ଆଣନ୍ତୁ ।
ଦିଗବିଜୟ ବିଜେପି ଉପରେ ଅଭିଯୋଗ ଲଗାଇ ଆଗକୁ କହିଛନ୍ତି ଯେ ଆପଣ ଦେଶରେ ପୁଣି ଥରେ ହିନ୍ଦୁ-ମୁସଲମାନଙ୍କୁ ବାଣ୍ଟିବାକୁ ଚାହୁଁଛନ୍ତି । ଯେତେବେଳେ ମନ୍ଦିର କଥା ଆସେ, ସେତେବେଳେ ରାମ ମନେ ପଡ଼ନ୍ତି, ତା ପରେ 5 ବର୍ଷ ଯାଏଁ ଭୁଲି ଯାଆନ୍ତି ।