ହନି ଟ୍ରାପ୍‌ର ଶୀକାର ହୋଇ ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଦେଇଥିଲେ ଡିଆରଡିଓର ଠିକା କର୍ମଚାରୀ !

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବାଲେଶ୍ଵର ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ । ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ ଅଭିଯୋଗରେ ଠିକା କର୍ମଚାରୀଙ୍କୁ ଅଟକ ରଖିବା ପରେ ଗିରଫ କରାଯାଇଛି । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITR ରୁ ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆସିଛି ନୂଆ ମୋଡ। ଏହି ମାମଲାରେ ଏବେ ହନି ଟ୍ରାପ୍ ଲିଙ୍କ୍ ସାମ୍ନାକୁ ଆସିଛି । ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେବେ ମିଳିଥିବା ସୂଚନା ମୁତାବକ ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ ଅଭିଯୋଗରେ ମଙ୍ଗଳବାର ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ  ଗିରଫ କରାଯାଇଥିଲା। ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚତୁର୍ଥ ଅଭିଯୁକ୍ତଙ୍କ ନାଁ ହେଉଛି ହେମନ୍ତ ମିସ୍ତ୍ରୀ। ସେ ଡିଜି ଅପରେଟର ଭାବେ କାମ କରୁଥିଲେ। 

ପାକିସ୍ତାନ ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ପୋଲିସ୍ ଏହି ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ୪ଜଣ ଅଭିଯୁକ୍ତଙ୍କ ନାଁ ହେଉଛି ବସନ୍ତ ବେହେରା, ପ୍ରକାଶ ବେହେରା, ଶେଖ୍ ମୁସାକ୍ ଓ ହେମନ୍ତ ମିସ୍ତ୍ରୀ। ଏହି ଅଭିଯୁକ୍ତମାନେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାମ କରୁଥିଲେ। ଯେଉଁମାନେ କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ କରିଥିବା ସନ୍ଦେହ କରାଯାଉଛି। ଏହି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସତ ଉଗାଳିବାକୁ ଚେଷ୍ଟା କରୁଛି ପୋଲିସ୍।  

Related Posts