ଅସନ୍ତୋଷର ନିଆଁ ଲାଗୁଥିଲା, ଆଜି ଲାଗିଗଲା ସତ ନିଆଁ

ଭୁବନେଶ୍ୱର- ପାରିବାରିକ କଳହର କରୁଣ ପରିଣତି । ନିଆଁର ଆଁରେ ପୁରା ପରିବାର । ଭୁବନେଶ୍ୱର ଉପକଣ୍ଠ କପିଳେଶ୍ୱର କେନାଲ ବନ୍ଧ ଅଂଚଳରେ ଦେଖିବାକୁ ମିଳିଛି ଏମତି କିଛି ଦୁଃଖଦ ଚିତ୍ର ।

ମିଳିଥିବା ସୂଚନା ଅନୁସାରେ, ସେଠାରେ ରହୁଥିବା ବାବୁଲି ଦାସ ଓ ପତ୍ନୀ ଜାନକୀଙ୍କ ସହ ଜମିଜମାକୁ ନେଇ କିଛି ଦିନ ଧରି ମତାନ୍ତର ରହୁଥିଲା । ଯାହାକୁ ନେଇ ଗତକାଲି ବାବୁଲି ଥାନାକୁ ମଧ୍ୟ ଯାଇଥିଲେ । ହେଲେ ଆଜି ସକାଳେ ଘର ଭତର ଜଳୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପରେ ଜଳନ୍ତା ଘରୁ ବାବୁଲି, ପତ୍ନୀ ଜାନକୀ ଓ ସେମାନଙ୍କ ଝିଅକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତୀ କରାଯାଇଥିବା ବେଳେ ପରେ ବାବୁଲି ଓ ଜାନକୀଙ୍କୁ କଟକ ଏସସିବି ମେଡିକାଲକୁ ପଠାଇ ଦିଆଯାଇଛି ।

Related Posts