ମନୋଜ ଜେନା ହତ୍ୟା ମାମଲା, ୫ ଅଭିଯୁକ୍ତ ଗିରଫ

ସତ୍ୟପାଠ ବୁରୋ : କଂଗ୍ରେସର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ପାଂଚ ଜଣଙ୍କୁ ଗିରଫ କରିଛି । କୋରାପୁଟ ଲକ୍ଷ୍ମୀପୁର ଓ ବାଲୁଗାଁଙ୍କୁ ଏମାନଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ । ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀକୁ ପୁଲିସ ଜବତ କରିଛି ।

ତେବେ ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଏଯାଏଁ ଜଣାପଡିନି । ଚାରିଦିନ ତଳେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଭଗବାନ ସାହୁ ପାଖରେ ପୁଲିସ ପହଂଚି ପାରିନି । ଭଗବାନ ନାଁରେ ଲୁକ୍ ଆଉଟ୍ ନୋଟିସ ଜାରୀ କରିଛି ପୁଲିସ ।

Related Posts