ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି: ନିୟୁତ ନିୟୁତ ବ୍ରିଟେନ୍‌ବାସୀ ଓଳିଏ ଦୁଇଓଳି ଉପାସ ରହୁଛନ୍ତି: ରିପୋର୍ଟ

ଲଣ୍ଡନ୍‌: ବ୍ରିଟେନ୍‌ ରେ ଏବେ ଘୋର ସଙ୍କଟ ପରିସ୍ଥିତି ଉତ୍ପନ୍ନ ହୋଇଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ନିୟୁତ ନିୟୁତ ଓଳିଏ ଖାଇ ଦୁଇଓଳି ଉପାସ ରହୁଥିବା ସୂଚନା ମିଳିଛି । କିଂବା ଦିନ ସାରା ଆଦୌ ଖାଉ ନ ଥିବା କଥା ଆଜି ଏକ ଖାଉଟି ସଙ୍ଗଠନ କହିଛି। ଏହାଛଡ଼ା, ଇଂଲଣ୍ଡ୍‌ ଇନ୍ଧନ ଦର ଅପରିବର୍ତ୍ତିତ ରଖିବା ଲାଗି କଟକଣା ଜାରି କରିଥିବାରୁ ଲୋକେ ତାହା ମଧ୍ୟ କିଣି ପାରିବେ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି।

ଖାଦ୍ୟ ଦର ଦ୍ରୁତ ବୃଦ୍ଧି ଯୋଗୁଁ ଗତ ସେପ୍ଟେମ୍ବର ମାସରେ ଇଂଲଣ୍ଡ୍‌ରେ ପୁଣି ମୁଦ୍ରାସ୍ଫୀତି ୧୦% ଟପି ଯାଇଥିବା କଥା ଡାଟାରୁ ଜଣାପଡ଼ିବା ପରେ ଉପରୋକ୍ତ ରିପୋର୍ଟ ପ୍ରକାଶ ପାଇଛି। ତେଣୁ, ପ୍ରତି ୫ଟି ସ୍ବଳ୍ପ ଆୟକାରୀ ପରିବାରରୁ ଗୋଟିଏ ପରିବାର ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ‘ଫୁଡ୍‌ ଫାଉଣ୍ଡେସନ୍‌’ ନାମରେ ଦାତବ୍ୟ ଅନୁଷ୍ଠାନ କହିଛି।

୩୦୦୦ ଲୋକଙ୍କ ଉପରେ ହୋଇଥିବା ସର୍ଭେ ତଥ୍ୟାବଳି ଉପସ୍ଥାପନ କରି ଖାଉଟି ସଙ୍ଗଠନ ‘ହ୍ବିଇଚ୍?’ କହିଛି, ଇଂଲଣ୍ଡ୍‌ର ଅର୍ଦ୍ଧାଧିକ ପରିବାର ଓଳିଏ ଦୁଇଓଳି ଉପବାସ କରୁଛନ୍ତି। ବାକି ଅର୍ଦ୍ଧେକ ପରିବାର ମଧ୍ୟ ସୁଷମ ଆହାର ଖାଇ ପାରୁନାହାନ୍ତି। ଆର୍ଥିକ ଅସୁବିଧା ଯୋଗୁଁ ୮୦% ଜନତାଙ୍କ ଏମିତି ଅବସ୍ଥାରେ ପଡ଼ିଛନ୍ତି।

‘ହ୍ବିଇଚ୍‌?’ ଖାଦ୍ୟନୀତିର ମୁଖ୍ୟ ସୁଇ ଡେଭିସ୍‌ କହନ୍ତି, ଦରଦାମ୍‌ ବୃଦ୍ଧିର ପ୍ରତିକୂଳ ପ୍ରଭାବ ଯୋଗୁଁ ନିୟୁତ ନିୟୁତ ଜନତା ଓଳିଏ ଦୁଇଓଳି ଉପାସ ରହୁଛନ୍ତି ଅଥବା ସୁଷମ ଆହାର ଖାଇବାରୁ ବଞ୍ଚିତ ହେଉଛନ୍ତି।

ଚଳିତ ବର୍ଷ ଧର୍ମଘଟ ଯୋଗୁଁ ଇଂଲଣ୍ଡ୍‌ର ସ୍ଥିତି ଦୟନୀୟ ହୋଇଯାଇଛି। ମୁଦ୍ରାସ୍ଫିତିର ମୁକାବିଲା ପାଇଁ ଉପଯୁକ୍ତ ପାରିଶ୍ରମିକ ଦାବି କରି ଶ୍ରମିକମାନେ ପ୍ରତିବାଦ କରିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

Related Posts