‘ଗାନ୍ଧିଜୀ ଚାହୁଁଥିଲେ କଂଗ୍ରେସ ମୁକ୍ତ ଭାରତ’

କଂଗ୍ରେସ ମୁକ୍ତ ଭାରତ ଗାନ୍ଧିଜୀ ଚାହୁଁଥିଲେ, ଆମେ ନୁହେଁ । ଆଜି ସଂସଦରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ ବିରୋଧୀ ଦଳଙ୍କୁ ଘନ ଘନ ଆକ୍ରମଣ କରିଛନ୍ତି ।

କହିଛନ୍ତି , କଂଗ୍ରେସ ଦେଶକୁ ନିଜର ଜାଗିରୀ ବୋଲି ଭାବୁଛି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ବିଜେପି ବିରୋଧୀ ମହାମେଣ୍ଟକୁ ମହାମିଲାବଟ୍ ବା ମହାଭେଜାଲ ମେଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଫେଲ୍ ଡିଲ୍ ବାବଦରେ କଂଗ୍ରେସର ଅଭିଯୋଗ ଉପରେ ମୋଦି କହିଛନ୍ତି ଯେ, ଦଳ ଦେଶର ସୁରକ୍ଷା ଚାହୁଁନାହିଁ ।

ଦେଶରେ କର୍ମନିଯୁକ୍ତି ସୁଯୋଗର ଅଭାବ ରହିଛି ବୋଲି ହେଉଥିବା ବିରୋଧୀଙ୍କ ଦାବିକୁ ଖଣ୍ଡନ କରିଛନ୍ତି ମୋଦି । କହିଛନ୍ତି ଅଣସଂଗଠିତ କ୍ଷେତ୍ରରେ ବର୍ତ୍ତମାନ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସାମ୍ବିଧାନିକ ପ୍ରତିଷ୍ଠାନଗୁଡିକର ମର୍ଯ୍ୟାଦା ନଷ୍ଟ ହୋଇଥିବା ନେଇ ରାହୁଲଙ୍କ ଅଭିଯୋଗକୁ ମଧ୍ୟ ଜୋରଦାର୍ ଭାବେ ଖଣ୍ଡନ କରିଛନ୍ତି ମୋଦି ।

Related Posts