ଗୋଠ ଫାଟିଲା : ଶିବସେନା ବିଧାୟକଙ୍କ ଅଭିଯୋଗ କଂଗ୍ରେସ ଓ ଏନସିପି ଦଳକୁ ଦୁର୍ବଳ କରୁଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମହାବିକାଶ ଅଘାଡୀ ସରକାରରେ ମତଭେଦ ଦେଖାଦେଇଛି। ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ମେଣ୍ଟ ସରକାରରେ ଏବେ ଧୀର ଧୀର ବିରୋଧର ସ୍ବର ଉଠିବାରେ ଲାଗିଛି। ଶିବସେନା ବିଧାୟକ ଦଳର ସଭାପତି ଉଦ୍ଧବ ଠାକରେଙ୍କୁ ଲେଖିଥିବା ଏକ ଚିଠିକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଥାଣେର ଓଭାଲା-ମଜିୱାଡା ବିଧାନସଭା ଆସନରୁ ଜିତିଥିବା ପ୍ରତାପ ସରନାଇକ କହିଛନ୍ତି ଯେ , କଂଗ୍ରେସ ଏକାକୀ କର୍ପୋରେସନ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଥିବା ବେଳେ ଏନସିପି ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଶିବସେନାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟି ସହ ହାତ ମେଳେଇବା ପାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ , ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ହଇରାଣ କରୁଛନ୍ତି। ତେଣୁ ଏଥିରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ବୋଲି ସେ ଅହିଛନ୍ତି। ସେ କହିଛନ୍ତି, ” ଅନେକ କେନ୍ଦ୍ରୀୟ ଏଜେନ୍ସି ମୋ ପଛରେ ପଡ଼ିଛନ୍ତି। କେବଳ ମୁଁ ଏକା ନୁହେଁ ଶିବସେନା ନେତା ଅନୀଲ ପାରବ ଓ ରବୀନ୍ଦ୍ର ୱାଇକରଙ୍କ ପଛରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସଗୁଡ଼ିକ ପଡ଼ିଛନ୍ତି। ଆମ ମାନଙ୍କ ସହ ଆମ ପରିବାର ଲୋକଙ୍କୁ ମଧ୍ୟ ଅନେକ ହଇରାଣ କରାଯାଉଛି। ତେଣୁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶିବସେନା ହାତ ମିଳାଉ ବୋଲି ଶିବସେନା କର୍ମୀ ମାନେ ଚାହୁଁଛନ୍ତି। ଏହା ସମସ୍ତଙ୍କ ପାଇଁ ମଙ୍ଗଳ ହେବ ବୋଲି ସେ କହିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରତାପଙ୍କ ଏପରି ଚିଠି ଏକ ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ସୂଚାଇ ଦେଉଛି। କେନ୍ଦ୍ରୀୟ ଏଜେନ୍ସି ଗଠବନ୍ଧନ ନେତାଙ୍କୁ ହଇରାଣ କରୁଛନ୍ତି। ଏହା ଉପରେ ବିଚାର କରାଯିବ। ଏପଟେ ମହାରାଷ୍ଟ୍ର ବିଜେପି ନେତା କୀର୍ତ୍ତି ସୋମାୟା କହିଛନ୍ତି, ଶିବସେନାର ସମସ୍ତ ଦୁର୍ନୀତିଗ୍ରସ୍ତ ନେତା-ପ୍ରତାପ ସରନାଏକ, ରବୀନ୍ଦ୍ର ୱାଇକର ଓ ଅନୀଲ ପରବ ନିଶ୍ଚିତ ଜେଲ ଯିବେ। ନିଜର ଦୁର୍ନୀତିକୁ ଲୁଚାଇବା ପାଇଁ ସେ ଏପରି କହିଛନ୍ତି। 

Related Posts