ଆସାମରେ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କଲେ ସମ୍ପର୍କୀୟ : ୨୪ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସାମର ହୋଜାଇ ଜିଲ୍ଲାର କୋଭିଡ କେୟାର ସେଣ୍ଟରରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ରୋଗୀଙ୍କ ସମ୍ପର୍କୀୟ ମଙ୍ଗଳବାର ଦିନ ଜଣେ ଯୁବ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୌହାଟିରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିବା ଉଦାଲୀ ମଡେଲ ହସ୍ପିଟାଲରେ ଏହି ଘଟଣା ଘଟିଥିଲା। ଅକ୍ସିଜେନ୍ ଅଭାବନରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଉତ୍ତ୍ୟକ୍ତ ହୋଇ ମୃତକଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ବିଧା, ଚାପୁଡା ଓ ଗୋଇଠା ମାରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆକ୍ରମଣ ଘଟଣାରେ ବୁଧବାର ସକାଳେ ଘଟଣାରେ ସମ୍ପୃକ୍ତ ମୋଟ ୨୪ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଦିନ ଡାକ୍ତର ସେଉଜ୍ କୁମାର ସେନାପତି ଡ୍ୟୁଟିରେ ଥିଲେ। ପିପିଲ୍ ପୁଖୁରି ଗାଁର ଜିୟାଜ୍ ଉଦ୍ଦିନ୍ ନାମକ ଜଣେ କୋଭିଡ ଆକ୍ରାନ୍ତଙ୍କ ଅକ୍ସିଜେନ୍ ଅଭାବବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ। ତେବେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏବେ ଡାକ୍ତରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତଦନ୍ତ ନିର୍ଦ୍ଦେଶ ଦେବା ସହ, ସମ୍ମୁଖ ଯୋଦ୍ଧାଙ୍କ ଉପରେ ଏପରି ନିର୍ଯାତନାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି।

ସେ ଟ୍ବିଟ୍ କରି କହିଛନ୍ତି ଯେ, ” ମୁଁ ବ୍ୟକ୍ତିଗତ ଭାବେ ଏହି ତଦନ୍ତ ଉପରେ ନଜର ରଖିଛି ଏବଂ ଉଚିତ୍ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଁ ପ୍ରତିଶୃତି ଦେଉଛି।” ଅନ୍ୟ ପକ୍ଷରେ  ଆଇଏମଏର ଆସାମ ରାଜ୍ୟ ଶାଖା ବୁଧବାର ରାଜ୍ୟର ସମସ୍ତ ଡାକ୍ତରଙ୍କୁ ଓପିଡି ସେବାରୁ ଦୂରେଇ ରହିବାକୁ ଆହ୍ବାନ ଦେଇଛି। ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ଏବଂ ଘଟଣାର ତ୍ବରିତ ବିଚାର ସାଙ୍ଗକୁ ରାଜ୍ୟର ସମସ୍ତ ଡାକ୍ତରଖାନାରେ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜନ କରିବାକୁ IMA ରାଜ୍ୟ ଶାଖା ଦାବି କରିଛି।  IMA ରାଜ୍ୟ ଶାଖାର ସିଏମ୍ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ , ଯଦି ସରକାର ଉପରୋକ୍ତ ୩ ଟି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ ଆଶ୍ଵାସନା ନ ଦିଅନ୍ତି , ତେବେ ୩ ଜୁନ୍ ରେ ଜରୁରୀକାଳୀନ ଚିକିତ୍ସା ଏବଂ ଗୁରୁତର କୋଭିଡ୍ ସେବାକୁ ବାଦ୍ ଦେଲେ ଅନ୍ୟ ମେଡିକାଲ ଡ୍ୟୁଟି ବୟକଟ କରିବାକୁ ଆଇଏମ୍ଏ ରାଜ୍ୟ ଶାଖା ଆହ୍ବାନ ଦେଇଛି ।

Related Posts