ବିଜେପିରେ ଯୋଗ ଦେବା ଭୁଲ୍ ନିଷ୍ପତ୍ତି ଥିଲା : ପୂର୍ବତନ ଟିଏମସି ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ଦେଖିବକୁଗଲେ ଏକ ବଡ଼ ଯୁଦ୍ଧଠାରୁ କମ୍ ନୁହେଁ। ନିର୍ବାଚନ ପୁର୍ବରୁ ଅନେକ ରାଜନେତା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ  ଟିଏମସିରୁ ଭାରତୀୟ ଜନତା ପାର୍ଟିକୁ ଯାଇଥିଲେ। କିନ୍ତୁ ନିର୍ବାଚନ ଶେଷ ହେବା ପରେ ନେତାମାନେ ବିଜେପି ରୁ ମୁହଁ ମୋଡୁଛନ୍ତି । ଏହିପରି ଏକ ଘଟଣା ଗତକାଲି ଟିଏମସି ନେତା ଦୀପେନ୍ଦୁ ବିଶ୍ବାସ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି।  ଉତ୍ତର ଚବିଶ ପ୍ରଗଣା ବାସିରହାଟ ଡାକସିନ୍ ନିର୍ବାଚନମଣ୍ଡଳୀରୁ ଦିପେନ୍ଦୁ ବିଶ୍ବାସ ବିଧାୟକ ଥିଲେ । ଗତ ନିର୍ବାଚନରେ, ସେ ମମତା ବାନାର୍ଜୀଙ୍କ ଟିଏମସିରୁ  ଟିକେଟ ପାଇନଥିବାରୁ ସେ ବିଜେପିକୁ ଯାଇଥିଲେ। ନିର୍ବାଚନ ସମାପ୍ତ ହୋଇଛି ଏବଂ ଟିଏମସି ପୁଣି ଥରେ କ୍ଷମତାକୁ ଆସିଛି ଏବଂ ଏହାକୁ ଦେଖି ଦୀପେନ୍ଦୁ ବିଶ୍ବାସ ପୁଣି ଦଳକୁ ଫେରିବା ପାଇଁ  ଅପେକ୍ଷା କରିଛନ୍ତି।  ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ସେ ଦଳରୁ ଯାଇ  ଭୁଲ ନିଷ୍ପତ୍ତି ନେଇଛନ୍ତି ଏବଂ ଦଳକୁ ଫେରିବାକୁ ଚାହୁଁଛନ୍ତି।  ନିକଟରେ ପ୍ରାୟ 12ଜଣ ପୂର୍ବତନ ଟିଏମସି ନେତା ପୁଣି ଟିଏମସିକୁ  ଫେରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଦଳର ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

Related Posts