ଜମ୍ମୁ-କଶ୍ମୀର ପୁଲିସର ଏସଆଇ ନିଯୁକ୍ତି ଅନିୟମିତତା ମାମଲା; ସାରା ଦେଶରେ ୩୩ଟି ସ୍ଥାନରେ ସିବିଆଇର ଚଢଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀର ପୁଲିସର ଏସଆଇ ନିଯୁକ୍ତିରେ ଅନିୟମିତତା ମାମଲାରେ ମଙ୍ଗଳବାର ସିବିଆଇ ପକ୍ଷରୁ ସମଗ୍ର ଦେଶର ୩୩ଟି ସ୍ଥାନରେ ଚଢଉ ହୋଇଛି । ଏହି ଚଢଉ ଜମ୍ମୁ-କଶ୍ମୀର ଏସଏସବିର ଅଧ୍ୟକ୍ଷ ଖଲିଦ ଜହାଙ୍ଗୀର ଏବଂ କଣ୍ଟ୍ରୋଲର ଅଶୋକ କୁମାର ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କ ଘରେ ଚାଲିଛି । ସିବିଆଇର ଏହି ରେଡ୍ ଜମ୍ମୁରେ ୧୪, ଶ୍ରୀନଗରରେ ୧, ହରିଆଣାରେ ୧୩ ଏବଂ ଗାଜିୟାବାଦ, ବେଙ୍ଗାଲୁର ଏବଂ ଗୁଜୁରାଟର ଗାନ୍ଧୀଧାମରେ ଗୋଟିଏ ଗୋଟିଏ ସ୍ଥାନରେ ଚାଲିଛି । ସୂଚନା ଅନୁସାରେ, ଜମ୍ମୁ- କଶ୍ମୀର ପୁଲିସ, ଡିଏସପି ଏବଂ ସିଆରପିଏଫର ଅଧିକାରୀଙ୍କ ବାସ ଭବନରେ ମଧ୍ୟ ରେଡ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ମାସ ଅଗଷ୍ଟ ୫ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ଜମ୍ମୁ-କଶ୍ମୀର ସବ ଇନ୍ସପେକ୍ଟର ଭର୍ତ୍ତି ଘୋଟାଲରେ ୩୦ସ୍ଥାନରେ ରେଡ ହୋଇଥିଲା । ୫ଅଗଷ୍ଟରେ ଜମ୍ମୁରେ ୨୮ଟି ସ୍ଥାନରେ, ଶ୍ରୀନଗର ଏବଂ ବେଙ୍ଗାଲୁରରେ ଗୋଟିଏ ଗୋଟିଏ ସ୍ଥାନରେ ରେଡ୍ ହୋଇଥିଲା । ଅଭିଯୋଗ ମୁତାବକ ୨୭ମାର୍ଚ୍ଚ ୨୦୨୨ରେ ହୋଇଥିବା ସବ ଇନ୍ସପେକ୍ଟର ପରୀକ୍ଷାରେ ଘୋଟାଲା ହୋଇଥିଲା । ପରେ ଏହି ପରୀକ୍ଷାକୁ ରଦ୍ଦ କରାଯିବା ପରେ ଏହି ଘଟଣାକୁ ସିବିଆଇକୁ ଦିଆଯାଇଥିଲା । ସିବିଆଇ ଜମ୍ମୁ-କଶ୍ମୀର ସବ ଇନ୍ସପେକ୍ଟର ନିଯୁକ୍ତି ଘୋଟାଲରେ ୩୩ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ।

Related Posts