CRPF ର ତାଲିମ କେନ୍ଦ୍ରରେ ଯବାନଙ୍କ ଜଘନ୍ୟକାଣ୍ଡ: ନିଜକୁ ଆଠ ରାଉଣ୍ଡ ଗୁଳି କରି କଲେ ଆତ୍ମହତ୍ୟା

ଜୟପୁର: ଗତକାଲି (ରବିବାର) ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ର ତାଲିମ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । 17 ଘଣ୍ଟା ଧରି ନିଜକୁ, ଝିଅ ଓ ପତ୍ନୀଙ୍କ ସହ ରୁମରେ ବନ୍ଦ ରଖିବା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି CRPF ଯବାନ । ଏହାପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯବାନ ଜଣଙ୍କ ଏପରି କାହିଁକି କଲେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କୌଣସି କାରଣରୁ ସେ ମାନସିକ ଅବସାଦରେ ଥିବା କୁହାଯାଉଛି ।

ସୂଚନା ଅନୁସାରେ, ମୃତ CRPF ଜବାନଙ୍କ ନାମ ନରେଶ ଜାଟ ବୋଲି ଜଣାପଡିଛି । ନରେଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯିବ । ନରେଶଙ୍କ ପତ୍ନୀ ଏବଂ ଝିଅ ସୁରକ୍ଷିତ ଥିବା CRPF କହିଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏପରି ଅଭବାନୀୟ କାରଣ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ନିଜ କର୍ମକ୍ଷେତ୍ରରେ କୌଣସି କାରଣ ପାଇଁ ଯବାନ ଜଣଙ୍କ ମାନସିକ ଅବସାଦରେ ଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।

Related Posts