କେସିଆର ବିଶ୍ୱାସଯୋଗ୍ୟ ନୁହନ୍ତି; ତେଣୁ କଂଗ୍ରେସ ଯେକୌଣସି ଦଳ ସହ ମେଣ୍ଟ କରିବ ହେଲେ ଟିଆରଏସ ସହ ନୁହଁ: ରେବନାଥ ରେଡ୍ଡୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ବର୍ତ୍ତମାନ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ସେପଟେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରୀୟ ସ୍ତରରେ ଏକ ଅଣ-ବିଜେପି, ଅଣ-କଂଗ୍ରେସ ଗଠନ କରିବାକୁ ଚେଷ୍ଟା କରୁଛନ୍ତି । ଏହା ମଧ୍ୟରେ ତେଲେଙ୍ଗାନାର ପୂର୍ବତନ ପିସିସି ସଭାପତି ରେବନାଥ ରେଡ୍ଡୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ ସହ କୌଣସି ମେଣ୍ଟ ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି।

ସେ କହିଥିଲେ ଯେ ଦେଶର ସର୍ବ ପୁରାତନ ଦଳ ରାଜ୍ୟରେ ଏକ ମେଣ୍ଟ ଗଠନ କରିବ, କିନ୍ତୁ ସିଏମ କେସିଆର ବିଶ୍ୱାସଯୋଗ୍ୟ ନୁହନ୍ତି । ତେଣୁ କୌଣସି ମୂଲ୍ୟରେ ତାଙ୍କ ଦଳ ସହ କୌଣସି ମେଣ୍ଟ କରିବ ନାହିଁ। ରେଡ୍ଡୀ ଏହା ମଧ୍ୟ କହିଛନ୍ତି ଯେ ଆମେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ରେ ଚନ୍ଦ୍ରଶେଖର ରାଓଙ୍କୁ ଦେଖିଛୁ। ଆମେ ଅନ୍ୟ ଯେ କୌଣସି ନେତାଙ୍କ ବିଶ୍ୱାସ କରିବା ପାରିବା କିନ୍ତୁ କେସିଆର ଏବଂ ଟିଆରଏସ ଦଳକୁ ନୁହେଁ ବୋଲି କହିଛନ୍ତି । ସେପଟେ ପରବର୍ତ୍ତୀ ନିର୍ବାଚନ ଡିସେମ୍ବର ୨୦୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts