ଲାଲୁଙ୍କ ପୁଅ ନବମ ପାସ ସତ୍ତ୍ୱେ ଉପମୁଖ୍ୟମନ୍ତ୍ରୀ, ଆଉ କେହି ହୋଇଥିଲେ ପିଅନ ଚାକିରି ମିଳିନଥାନ୍ତା: ପ୍ରଶାନ୍ତ କିଶୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ଏକ ବଡ଼ ଟାର୍ଗେଟ କରିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ଯେ, ତେଜସ୍ଵୀ ନବମ ପାସ ହୋଇଥିବା ସତ୍ତ୍ୱେ ସେ ବିହାରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଯଦି ଅନ୍ୟ କେହି ବିହାରରେ ନବମ ପାସ୍ କରିଥାନ୍ତେ, ତେବେ ସେ ପିଅନ ଚାକିରି ପାଇଥାନ୍ତେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ବିହାରରେ ଜନ ସ୍ୱରାଜ ଯାତ୍ରା ଜାରି ରଖିଛନ୍ତି । ଏହି ଯାତ୍ରା ସମୟରେ ଲୋକଙ୍କ ସହ କଥାବାର୍ତ୍ତା କରିବା ବେଳେ ସେ କହିଛନ୍ତି ଯେ, ତେଜସ୍ୱୀ ଯାଦବଙ୍କୁ ବିହାରର ଉପ ମୁଖ୍ୟମନ୍ତ୍ରୀ କରାଯାଇଛି, ଏହାର ଏକମାତ୍ର କାରଣ ହେଉଛି ତେଜସ୍ୱୀ ଯାଦବ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ। ଲାଲୁ ଯାଦବଙ୍କ ପୁତ୍ର ହୋଇ ତେଜସ୍ୱୀ ଯାଦବ ନବମ ପାସ୍ ସତ୍ତ୍ୱେ ବିହାରର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ପ୍ରଶାନ୍ତ କିଶୋର କହିଛନ୍ତି ଯେ – ‘ଲାଲୁ ଜୀଙ୍କର ପୁଅ ନବମ ପାସ୍ ଏବଂ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯଦି ତୁମର ପୁଅ ନବମ ପାସ୍, ତେବେ ପିଅନ ଚାକିରିଟିଏ ମିଳୁଛି କି? ବୋଲି ପ୍ରଶ୍ନ କରିଛନ୍ତି। ଯାହାର ବାପା ଜଣେ ବିଧାୟକ, ଯାହାର ଜେଜେବାପା ମନ୍ତ୍ରୀ ଥିଲେ ସେମାନଙ୍କର ଘରର ପିଲାମାନେ ନବମ ଫେଲ ସତ୍ତ୍ୱେ ସରକାରୀ ଚାକିରି ପାଉଛନ୍ତି । ଏହି ଧାରା ବଦଳିବା ଉଚିତ କି ନୁହେଁ ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶାନ୍ତ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ କିଶୋର ଏବେ ବିହାରରେ ଜନ ସ୍ୱରାଜ ପଦଯାତ୍ରା କରୁଛନ୍ତି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୫ ମାସ ଧରି ଚାଲିବ। ଏହି ପଦଯାତ୍ରା ମାଧ୍ୟମରେ ସେ ବିହାରର ସମସ୍ତ ଜିଲ୍ଲା ଓ ବ୍ଲକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Related Posts