ମଧ୍ୟପ୍ରଦେଶରେ OBC ସଂରକ୍ଷଣରେ ହେବ ନିର୍ବାଚନ: ସେପଟେ ମହାରାଷ୍ଟ୍ର ସରକାର OBC ବିରୋଧୀ କହି ଟାର୍ଗେଟ କଲେ ଦେବେନ୍ଦ୍ର ଫଡନାଭିସ୍‌

ମୁମ୍ବାଇ: ମଧ୍ୟପ୍ରଦେଶରେ OBC ସଂରକ୍ଷଣରେ ହେବ ନିର୍ବାଚନ | ଏନେଇ ସର୍ବୋଚ୍ଚ କୋର୍ଟରେ ନିର୍ବାଚନ ମଣ୍ଡଳୀ ଓ୍ବାରୀ ତଥ୍ୟ ଦାଖଲ କରିଛନ୍ତି ମଧ୍ୟପ୍ରଦେଶ ସରକାର । ସରକାରଙ୍କ ଏହି ନିଷ୍ପତିକୁ ସହମତି ଜଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ | ଏହି ରିପୋର୍ଟକୁ ଗ୍ରହଣ କରିବା ସହ OBC ସଂରକ୍ଷଣ ସହ ନିର୍ବାଚନ ଅନୁଷ୍ଠିତ କରାଇବାକୁ ଅନୁମତି ପ୍ରଦାନ କରିଛନ୍ତି ।

ତେବେ OBC ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅନ୍ୟପଟେ ମହାରାଷ୍ଟ୍ରରେ ଆରଂଭ ହୋଇଯାଇଛି ରାଜନୀତି | OBC ସଂରକ୍ଷଣ ପ୍ରସଙ୍ଗ ଉଠାଇ ମହାରାଷ୍ଟ୍ରରେ ଶାସନାଧୀନ ମହାବିକାଶ ଅଗାଡି ମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ।

ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାବିକାଶ ଅଗାଡି ମେଣ୍ଟ ସରକାରଙ୍କୁ ଟାର୍ଗେଟ କରି ଦେବେନ୍ଦ୍ର କହିଛନ୍ତି, ମହାରାଷ୍ଟ୍ରର ସରକାରୀ ଦଳର ନେତାମାନେ ଗତ ଦୁଇ ବର୍ଷ ଧରି ରାଲି ଓ ସଭା ସମିତିରେ ଲାଗିଛନ୍ତି । ମାତ୍ର OBC ସଂରକ୍ଷଣ ପ୍ରସଙ୍ଗ ଉପରେ ଧ୍ୟାନ ଦେଇନାହାନ୍ତି । ମହାରାଷ୍ଟ୍ରରେ ଚାଲିଥିବା ସରକାର OBC ବିରୋଧୀ ନୀତି ଆପଣାଇବାରେ ଲାଗିଛନ୍ତି । ରାଜ୍ୟରେ ଉତ୍ତରଦାୟୀ ନେତାମାନେ ଇସ୍ତଫା ଦିଅନ୍ତୁ |

Related Posts