ମୌର୍ଯ୍ୟଙ୍କୁ ଏସପିକୁ ସ୍ୱାଗତ; କିନ୍ତୁ ଲୋକଙ୍କ ପାଇଁ ସେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଆମେ ଚାହୁଁଛୁ: କେଶବ ମୌର୍ଯ୍ୟ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷକରି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଦେବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ମଧ୍ୟରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଏବଂ ସମାଜବାଦୀ ପାର୍ଟିରେ ଯୋଗଦେବା ନେଇ ମହାନ ଦଳର ମୁଖ୍ୟ କେଶବ ଦେବ ମୌର୍ଯ୍ୟ ବୟାନ ଦେଇଦେଇଥିବାର ଦେଖିବାକୁ ମିଳିଛି । ସେପଟେ ମହାନ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବଚନ ଲଢ଼ୁଛି । ତେବେ ଯେତେବେଳେ ନିର୍ବାଚନ ଆସେ, ସେତେବେଳେ ଏପରି ଲୋକ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯାଆନ୍ତି । ଯେତେବେଳେ ସେ ବିଏସପି ଏବଂ ବିଜେପିରେ ଥିଲେ ସେତେବେଳେ ସେ ଆମ ସମାଜ ପାଇଁ ସ୍ୱର ଉତ୍ତୋଳନ କରିନଥିଲେ ।

ବର୍ତ୍ତମାନ ସେ ସମାଜବାଦୀ ପାର୍ଟି ଆସୁଛନ୍ତି । ଆମେ ତାଙ୍କୁ ସ୍ୱାଗତ କରୁଛୁ । କିନ୍ତୁ ଆମ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଛୁ ବୋଲି କେଶବ ଦେବ ମୌର୍ଯ୍ୟ କହିଛନ୍ତି । ଅନ୍ୟପଟେ କିଛି ଦିନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପରେ ସମାଜବାଦୀ ପାର୍ଟିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଚାଲିଛି । ୨୦୧୬ ମସିହାରେ ସ୍ୱାମୀ ପ୍ରସାନ ମୌର୍ଯ୍ୟ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଛାଡ଼ି ୨୦୧୭ ମସିହାରେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ ।

Related Posts