ସହିଦ ସପ୍ତାହରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ, ହାତରେ ବନ୍ଧୁକ ଧରି କଲେ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପାଳନ କରିଛନ୍ତି ସହିଦ ସପ୍ତାହ । ଏହା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଶତାଧିକ ନକ୍ସଲ ହାତରେ ବନ୍ଧୁକ ଧରି ବିରାଟ ଶୋଭାଯାତ୍ରା କରିଥିଲେ । ନିକଟରେ ବିଏସଏଫ କ୍ୟାମ୍ପ୍ ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ନକ୍ସଲମାନେ ଗାଁରେ ଆସି ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନକ୍ସଲପନ୍ଥୀଙ୍କ ଏହି ସହିଦ ଦିବସରେ ଶହ ଶହ ଆଦିବାସୀ ଲୋକେ ମଧ୍ୟ ସାମିଲ୍ ହୋଇଥିଲେ । ନାଚଗୀତ କରିବା ସହ ନକ୍ସଲପନ୍ଥୀଙ୍କ ସହ ସାମିଲ ହୋଇଥିଲେ ଗ୍ରାମବାସୀ । ଗୋଟିଏ ପଟେ ମାଓ ଦମନ କଥା କୁହାଯାଉଥିବା ବେଳେ ଏତେ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ପ୍ରକୃତ ସ୍ଥିତିକୁ ବୟାନ କରୁଛି ।

Related Posts