ଜାତିସଂଘରେ ୧୦ ସେକେଣ୍ଡର ଭିଡ଼ିଓ ଓ ଯଶୋବନ୍ତ ସିହ୍ନାଙ୍କ ଟ୍ଵିଟ୍ ରେ ମୋଦି ବେହାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ନିଜ ଲୋକଙ୍କୁ ଯେତିକି ଟିକା ନଦେଇଛି ତା ଠାରୁ ଅଧିକ ବିଦେଶକୁ ରପ୍ତାନୀ କରିଛି। ଗତ ମାର୍ଚ୍ଚ ମାସରେ ଜାତିସଂଘରେ ଭାରତର ପ୍ରତିନିଧି ସାରା ବିଶ୍ବ ସାମ୍ନାରେ ଏହି ତଥ୍ୟ ଦେଇଥିଲେ। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଟିକା ଅଭାବକୁ ନେଇ ପୋଷ୍ଟର ଲଗାଉଥିବା ଲୋକଙ୍କୁ ଗିରଫ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ବରିଷ୍ଠ ଟିଏମସି ନେତା ଯଶୋବନ୍ତ ସିହ୍ନା ଟୁଇଟ କରିଛନ୍ତି। ଜାତିସଂଘରେ ଭାରତର ପ୍ରତିନିଧି ଦେଇଥିବା ଭାଷଣ ସହ ୧୦ ସେକେଣ୍ଡର ଭିଡିଓ ଆଉ ଯଶୋବନ୍ତ ସିହ୍ନାଙ୍କ ଟୁଇଟ ଏବେ ପୁରା ମୋଦୀ ସରକାରଙ୍କୁ ବେହାଲ କରି ଦେଇଛି। ସିହ୍ନା ଟୁଇଟ୍ କରି କହିଛନ୍ତି ଯେ , “ଏକ 10 ସେକେଣ୍ଡ ଭିଡିଓ ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲ ଚେହେରାର ପର୍ଦ୍ଦାଫାସ୍ କରିଛି । ଜାତିସଂଘରେ ଭାରତର ପ୍ରତିନିଧୀ ସୂଚନା ଦେଇଛନ୍ତି ଯେ ଭାରତ ନିଜ ଦେଶର ଲୋକଙ୍କୁ ଟୀକାକରଣ କରିବା ଅପେକ୍ଷା ବିଦେଶକୁ ଅଧିକ ଟିକା ପଠାଇଛି। ମୋଦୀ ବର୍ତ୍ତମାନ ପ୍ରକୃତରେ ଜଣେ ବିଶ୍ୱସ୍ତରୀୟ ନେତା, ଏବେ ଭାରତୀୟମାନେ ନର୍କକୁ ଯିବେ ।”

ମାର୍ଚ୍ଚରେ ଅନୁଷ୍ଠିତ ୟୁଏନଜିଏର ଅନୌପଚାରିକ ବୈଠକର ଏକ ଟୁଇଟରୁ ଏହି କ୍ଲିପ ନିଆଯାଇଛି। COVID-19 ଟିକାର ଇକ୍ୱିଟିଭ୍ ଗ୍ଲୋବାଲ୍ ଆକ୍ସେସ୍ ଉପରେ ରାଜନୈତିକ ଘୋଷଣାର ଏକ ଅଂଶ ଭାବରେ ଭାରତ ଏହି ସଭାରେ ଯୋଗ ଦେଇଥିଲା । ଏହି କ୍ଲିପ୍ ରେ ଭାରତର ରାଷ୍ଟ୍ରଦୂତ ତଥା ଜାତିସଂଘରେ ଡେପୁଟି ସ୍ଥାୟୀ ପ୍ରତିନିଧୀ ନାଗରାଜ ନାଇଡୁ – ବିଶ୍ୱ ପାଇଁ ଭାରତର ଅବଦାନ ବିଷୟରେ କହୁଥିବାର ନଜର ଆସୁଛନ୍ତି।  ବୈଜ୍ଞାନିକ ମାନଙ୍କ ଦ୍ଵାରା ଟିକା ବିକଶିତ କରାଯିବା ପରେ “ବର୍ତ୍ତମାନ କୋଭିଡ ଟିକାର ଉପଲବ୍ଧତା, ଏବଂ ବିତରଣକୁ ସୁନିଶ୍ଚିତ କରିବା ପାଇଁ ଭାରତର ପଦକ୍ଷେପ ବିଷୟରେ ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଲଗାଯାଇଥିବା ଏହି ପୋଷ୍ଟରରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’ ଏହି ଘଟଣାରେ ଦିଲ୍ଲୀ ପୋଲିସ 17 ଜଣଙ୍କୁ ଗିରଫ କରିଛି। 

Related Posts