୬୨ ବିଧାୟକଙ୍କୁ ସ୍ବର୍ଣ୍ଣ ମନ୍ଦିର ନେଇ ଶକ୍ତି ପ୍ରଦର୍ଶନ କଲେ ନବଜୋତ୍ ସିଂ ସିଦ୍ଧୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କଂଗ୍ରେସ କନ୍ଦଳ ଏବେ ବି ଜାରି ରହିଛି। ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ସେ ନିଜର ସମର୍ଥକଙ୍କୁ ଭେଟିବାରେ ଲାଗିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ତାଙ୍କ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବାରେ ବ୍ୟସ୍ତ। ଏହି କ୍ରମରେ ସିଦ୍ଧୁ ବୁଧବାର ଦିନ ୬୨ କଂଗ୍ରେସ ବିଧାୟକଙ୍କ ସହ ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି।  କୁହାଯାଉଛି ଯେ ଏହା ଅମରିନ୍ଦରଙ୍କ ବିରୁଦ୍ଧରେ ତାଙ୍କର ଶକ୍ତି ପ୍ରଦର୍ଶନ ଥିଲା । ସୂଚନାଯୋଗ୍ୟ ଯେ,  ସିଦ୍ଧୁ ସମସ୍ତ ୭୭ କଂଗ୍ରେସ ବିଧାୟକଙ୍କୁ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିବାକୁ ଡାକିଥିଲେ।  କିନ୍ତୁ ୬୨ ଜଣ ବିଧାୟକ ତାଙ୍କୁ ଭେଟିବାକୁ ଆସିଥିଲେ।  ସ୍ବର୍ଣ୍ଣ ମନ୍ଦିରରେ ସିଦ୍ଧୁଙ୍କ ସହ ଥିବା ବରିଷ୍ଠ ବିଧାୟକଙ୍କ ମଧ୍ୟରେ ରାଜା ୱାରିଙ୍ଗ, ରାଜ କୁମାର ଭର୍କା, ଇନ୍ଦରବୀର ବୋଲାରିଆ, ବରିନ୍ଦର ଢିଲୋନ, ମଦନ ଲାଲ ଜାଲାପୁରୀ, ହରମିନ୍ଦର ଗିଲ, ହରଜତ କମଲ, ହରମିନ୍ଦର ଜାସି, ଯୋଗୀନ୍ଦର ପାଲ, ପରଗତ ସିଂ ଏବଂ ସୁଖଜିନ୍ଦର ରାଣ୍ଡୱାଙ୍କ ସମେତ ଅନେକ ନେତା ସାମିଲ ଥିଲେ। ସୂଚନା ମୁତାବକ ପଞ୍ଜାବର ଅଧିକାଂଶ ମନ୍ତ୍ରୀ ଏବଂ ବିଧାୟକ ବର୍ତ୍ତମାନ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରିବା ଉପରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମର୍ଥନ ଦେଉଛନ୍ତି।  ତେବେ ସବୁଠାରୁ ବଡ କଥା ହେଉଛି ଏଥିମଧ୍ୟରେ ଅମରିନ୍ଦର ସିଂଙ୍କ ନିକଟତର ନେତାମାନେ ମଧ୍ୟ ଅଛନ୍ତି। ତେବେ ଦଳର ଭେଟେରାନ ନେତା ଏବେ ମଧ୍ୟ ନିରବ ଅଛନ୍ତି।  ସିଦ୍ଧୁଙ୍କ ନିଯୁକ୍ତି ସମ୍ପର୍କରେ ସେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

 ସେପଟେ ପଞ୍ଜାବରେ କଂଗ୍ରେସ ମଧ୍ୟରେ ଚାଲିଥିବା ଏହି କଳହକୁ ନେଇ ବିଜେପି କଟାକ୍ଷ କରିଛି।  ଦଳର ମୁଖପାତ୍ର ଆରପି ସିଂ କହିଛନ୍ତି ଯେ ଖେଳ ଆରମ୍ଭ ହୋଇଛି।  ସିଦ୍ଧୁଙ୍କ ସହିତ ୬୨ ଏବଂ କ୍ୟାପ୍ଟନ୍ ସହିତ ୧୫। 

 ଉଲ୍ଲେଖନୀୟ କଥା ହେଉଛି, ସିଦ୍ଧୁଙ୍କ ବିଷୟରେ କ୍ୟାପଟେନ ଅମରିନ୍ଦର ସିଂ କୌଣସି ବିବୃତ୍ତି ଦେଇ ନାହାନ୍ତି। କିନ୍ତୁ ଗୋଟିଏ ଦିନ ପୂର୍ବରୁ ତାଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଠାକୁର କହିଥିଲେ ଯେ ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଭେଟିବା ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଅଟେ।  ମୁଖ୍ୟମନ୍ତ୍ରୀଙ୍କ ଷ୍ଟାଣ୍ଡରେ କୌଣସି ପରିବର୍ତ୍ତନ ହୋଇନାହିଁ।  ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ସେ ସର୍ବସାଧାରଣରେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ।

Related Posts