ନୀତିଶଙ୍କ ଉପରେ ଆସିଲା ଆରୋପ, ଜବାବରେ ଜେଡିୟୁ କହିଲା, ଚିଦାମ୍ବରମଙ୍କ ପାଇଁ କଂଗ୍ରେସ ଡୁବୁଛି


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶ କରୋନା ସହ ଲଢ଼ୁଥିବା ବେଳେ ବିହାର ରାଜନୀତିରେ ପୁଣି ଥରେ ସରଗରମ ହୋଇଥିବାର ଦେଖିବା ପାଇଁ ମିଳିଛି । ଜେଡିୟୁ ଦଳର ବରିଷ୍ଠ ନେତା ତଥା ବିହାରର ସୂଚନା ଏବଂ ଜନସମ୍ପର୍କ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ସଞ୍ଜୟ କୁମାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ନିନ୍ଦା କରିଛନ୍ତି । ତେବେ କିଛିଦିନ ପୂର୍ବରୁ କଂଗ୍ରେସ ଦଳର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ବିହାର ରାଜ୍ୟରେ ଅବସ୍ଥିତ ଦାରବଙ୍ଗା ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କୋଠାଘରର ଅବସ୍ଥା ଖରାପ ଥିବା ନେଇ ମନ୍ତ୍ୟବ୍ ଦେଇଥିଲେ । ଚିଦାମ୍ବରମ କେବଳ ଏତିକିରେ ଅଟକି ଯାଇନଥିଲେ ବରଂ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଟିପ୍ପଣୀ କରି ଅନେକ ସାରା ପ୍ରଶ୍ନ ପଚାରିଥିଲେ । ତେବେ ନିତିଶ କୁମାର ବିହାରରେ ୧୫ ବର୍ଷ ଧରି ଶାସନ କରିଆସୁଛନ୍ତି । ତାଙ୍କ ଶାସନ କାଳ ରେ ସେ ଥରେ ହେଲେ ଦାରବଙ୍ଗା ପରିଦର୍ଶନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ସେ ଡାକ୍ତରଖାନାର ଅବସ୍ଥା ବିଷୟରେ ଜାଣିଛନ୍ତି କି ବୋଲି କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ପି ଚିଦମ୍ବରମ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଚିଦାମ୍ବରମଙ୍କ ଏପରି ଟିପ୍ପଣୀ ଉପରେ ଜବାବ ଦେଇଛନ୍ତି ଜେଡିୟୁ ଦଳର ବରିଷ୍ଠ ନେତା ସଞ୍ଜୟ କୁମାର ।

ସେ କହିଛନ୍ତି ପ୍ରିୟ ଚିଦାମ୍ବରମ୍, ଭୂମି ସହିତ ଆପଣଙ୍କର ବିଚ୍ଛିନ୍ନତା ବିଷୟରେ ଲୋକମାନେ ଯାହା ସନ୍ଦେହ କରୁଛନ୍ତି, ତାହା ଆପଣଙ୍କ ଏହି ବିବୃତ୍ତିରେ ସ୍ପଷ୍ଟ ହୋଇଛି ! ଟିଭିରେ ଭ୍ରମାତ୍ମକ ଚିତ୍ରଗୁଡ଼ିକ ଆପଣଙ୍କୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ । ଯଦି ଦେଖିବା ଚିତମ୍ବରମ ଙ୍କ ପାଇଁ ହିଁ କଂଗ୍ରେସ ଦଳ ଡୁବିବାରେ ଲାଗିଛି। ତେବେ ନୀତିଶ କୁମାର ଜଣେ ଆତ୍ମନିର୍ଭରଶୀଳ ଜନ ନେତା, ଏବଂ ସେ ଭୂମିରୁ ଉଠିଛନ୍ତି । ତୁମର ନେତାଙ୍କ ପରି ନୁହଁ ଯିଏ ‘କୁର୍ସି’ ର ଉତ୍ତରାଧିକାରୀ ହୋଇଛନ୍ତି । ଯାହାକୁ ତୁମେ ଅତି ନିଷ୍ଠୁର ଭାବେ ଦର୍ଶାଉଛ ସେ କେବଳ ଦରଭଙ୍ଗା ପରିଦର୍ଶନ କରିନାହାଁନ୍ତି ବରଂ ଏହାକୁ ଏକ ବିଶ୍ୱ ବିମାନ ମାନଚିତ୍ରରେ ମଧ୍ୟ ଆଣିଛନ୍ତି। ଦରବାଙ୍ଗାରେ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି ।

Related Posts