ମାସେ ପରେ ମିଳିଲା ଗୋଟିଏ ଶବ, ଚାଲିଛି ଅପରେସନ

ନୂଆଦିଲ୍ଲୀ- ମେଘାଳୟରେ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଶବ ମିଳିଛି । ଦୀର୍ଘ ୩୪ ଦିନର ପରିଶ୍ରମ ପରେ ଗୋଟିଏ ଶବ ଉଦ୍ଧାର କରିବାରେ ସଫଳ ହୋଇଛି ନୌସେନା ବିଭାଗ । ଖଣିର ୨୦୦ ଫୁଟ ତଳୁ ନୌସେନାର ରିମୋଟ ଚାଳିତ ବୋଟ ଗୋଟିଏ ଶବ ଠାବ କରି ପାରିଛି । ତେବେ ଏବେବି ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରୀ ରହିଥିବା ଜଣାପଡିଛି ।

ଗତ ଡିସେମ୍ବର ୧୩ ତାରିଖ ଦିନ ମେଘାଳୟର ପୂର୍ବ ଜୈନ୍ତିଆ ପାହାଡ଼ି ଜିଲ୍ଲା ଅନ୍ତର୍ଗତ କୁହଲୂ ରିୟାଙ୍ଗକ୍ସାନ୍ ଠାରେ ଏକ ବେଆଇନ୍ ଖଣିରେ ହଠାତ୍ ପାଣି ପଶିଯିବାରୁ ଭିତରକୁ ଯାଇଥିବା ଶ୍ରମିକମାନେ ଆଉ ବାହାରି ଆସି ପାରି ନ ଥିଲେ।ସ୍ଥାନୀୟ ଶ୍ରମିକ, ଏନଡିଆରଏଫ୍ ଏବଂ ଭାରତୀୟ ନୌସେନା ରାଜ୍ୟ ବାହାରୁ ଉଡ଼ାଜାହାଜ ଯୋଗେ ମଗା ଯାଇଥିବା କେତେକ ଉପକରଣ ସହ ମଳିତ ଭାବେ ଉଦ୍ଧାର କାର‌୍ୟ୍ୟ ଚଳାଇ ଆସୁ ଥିଲେ।

Related Posts