ପୁଣି ବିରୋଧୀଙ୍କ ହୋହାଲ୍ଲା, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ମୁହାଁ ମୁହିଁ ହୋଇଛନ୍ତି।ଏହା ଫଳରେ ଗୃହରେ ଉଭୟ ଦଳର ସଦସ୍ୟ ମାନେ ପ୍ରବଳ ହୋହାଲ୍ଲା ପାଟିତୁଣ୍ଡ କରିଥିଲେ। ଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ମାତ୍ର ପୁଣି ବିଧାନସଭାର ପ୍ରଶ୍ନକାଳରେ ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠିଥିଲା।ବିଜେପିର ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ। ସେପଟେ କଂଗ୍ରେସର ସଦସ୍ୟ ବି ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ଏହାଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।

Related Posts