ଚୀନ ଶ୍ରୀଲଙ୍କାକୁ କୌଣସି ଆର୍ଥିକ ସାହାଯ୍ୟ କରିନାହିଁ; ହେଲେ ଭାରତ ସବୁ ପ୍ରକାର ସାହାଯ୍ୟ କରିଛି: ଶ୍ରୀଲଙ୍କା ରାଷ୍ଟ୍ରପତି ରେସରେ ଥିବା ପ୍ରେମଦାସା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହା ମଧ୍ୟରେ ବିପକ୍ଷ ଦଳର ନେତା ସାଜିଥ ପ୍ରେମଦାସା ଭାରତକୁ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି । ଏହାସହ ଯଦି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ଦିଅନ୍ତି ତେବେ କାର୍ଯ୍ୟବାହୀ ରାଷ୍ଟ୍ରପତି ଓ ବାଚସ୍ପତି ନିଯୁକ୍ତ କରାଯାଏ । କିନ୍ତୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେଙ୍କୁ କାର୍ଯ୍ୟବାହୀ ରାଷ୍ଟ୍ରପତି ନିଯୁକ୍ତ କରାଯାଇଥିବା କହିଛନ୍ତି । ଏହା ସହ ପ୍ରେମଦାସା ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ସେ ଇସ୍ତଫା ଦେବା ବଦଳରେ ବିଦେଶ ପଳାୟନ କରିଛନ୍ତି । ବାଚସ୍ପତିଙ୍କ ବୟାନ ଅନୁସାରେ ରାନିଲ ନିଜକୁ କାର୍ଯ୍ୟବାହୀ ରାଷ୍ଟ୍ରପତି କହୁଛନ୍ତି । ଏହି ସମୟରେ ସମ୍ବିଧାନ ସୁଦୃଢ ହେବା ଆବଶ୍ୟକ । କିଛି ନେତା ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅସ୍ଥିରତା ସୃଷ୍ଟି କରୁଥିବା ସେ କହିଛନ୍ତି ।ସେହିପରି ଦେଶର ସ୍ଥିତିକୁ ନେଇ ସେ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ପରେ ରାଜପକ୍ଷେ ଧନୀମାନଙ୍କୁ 600 ଅରବ ଡଲାରର ରିହାତି ଦେଇଥିଲେ ।

ଫଳରେ ଜିଡିପି ୧୨ ପ୍ରତିଶତରୁ ୪ ପ୍ରତିଶତକୁ ଖସି ଆସିଥିଲା । କରୋନା ସମୟରେ ଭୁଲ ରଣନୀତି ଦେଶରେ ଆର୍ଥିକ ସଙ୍କଟ ଆଣିଲା । ସରକାର ନିଜେ ଦୁର୍ନୀତିରେ ବୁଡି ରହିଲେ । କେବଳ ଏତିକି ନୁହେଁ ବରଂ ଚୀନକୁ ନେଇ ସେ କହିଛନ୍ତି ଯେ, ଡ୍ରାଗନ୍ ଶ୍ରୀଲଙ୍କାକୁ କୌଣସି ଆର୍ଥିକ ସାହାଯ୍ୟ କରିନାହିଁ । ଭାରତ କିନ୍ତୁ ସବୁ ପ୍ରକାର ସାହାଯ୍ୟ କରିଛି । ଭାରତ ପ୍ରତି ସେ ଆଭାର ବ୍ୟକ୍ତ କରିଛନ୍ତି ।ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ଓ ଭାରତବାସୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts